ଅରୁନ୍ଧତୀରେ ସମ୍ବଲପୁରୀ ଶାଢ଼ୀର ସମ୍ଭାର, ଶୋ’ରୁମ୍ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ହସ୍ତତନ୍ତକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ । ଲାଭାନ୍ୱିତ ହେବେ ବୁଣାକାର ।
ଭୁବନେଶ୍ୱର: ଅରୁନ୍ଧତୀ ବାନ୍ଧକଳା ତରଫରୁ ଓଡ଼ିଶାର ବହୁଳ ବ୍ୟବହୃତ ଓ ଲୋକପ୍ରିୟ ସମ୍ବଲପୁରୀ ଶାଢ଼ୀ କଲେକ୍ସନକୁ ନେଇ ନୂତନ ଫ୍ଲାଗଶିିପ୍ ଶୋରୁମ୍ ଉଦଘାଟିତ ହୋଇଛି ।
ଭୁବନେଶ୍ୱର ଅରୁନ୍ଧତୀ ଜୁଏଲର୍ସର ୨ୟ ମହଲାରେ ରହିଛି ଫ୍ଲାଗଶିପ୍ ଶୋରୁମ୍ ; ଯାହାର ଉଦଘାଟନ ଗତକାଲି ହୋଇସାରିଛି । ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମରେ ଅରୁନ୍ଧତୀ ଗ୍ରୁପ ପ୍ରତିଷ୍ଠାତା ଶ୍ରୀ ବ୍ରହ୍ମାନନ୍ଦ ମେହେର, ଅରୁନ୍ଧତୀ ବାନ୍ଧକଳାର ଆଡଭାଇଜର ସଞ୍ଜୟ କୁମାର ପଣ୍ଡା, ଓଲିଉଡ୍ ଡିଭା ଅର୍ଚ୍ଚିତା, ସମାଜସେବୀ ରୋଜାଲିନ ପାଟଶାଣୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
ଓଡ଼ିଆ ବୁଣାକାରମାନଙ୍କୁ ଏକ ନୂତନ ଦିଗଦର୍ଶନ ଦେବା ସହିତ ହସ୍ତତନ୍ତ ଓ ସୃଜନଶୀଳତାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଅରୁନ୍ଧତୀର ଲକ୍ଷ୍ୟ । ଏ ନେଇ ଅରୁନ୍ଧତୀ ବାନ୍ଧକଳା ତରଫରୁ ସୋନପୁରରେ ୩୦୦୦ ତନ୍ତବୁଣା ମେସିନ ସହିତ ୫ ହଜାରରୁ ଅଧିକ ବୁଣାକାରଙ୍କୁ ନେଇ ଏକ ଟ୍ରେନଂ ସେଣ୍ଟର ଖୋଲାଯାଇଛି ।
ୱିଭର ଟୁ ୱେର ଯୋଜନାରେ ବୁଣାକାରଙ୍କୁ ଲାଭାନ୍ୱିତ ଓ ସମ୍ମାନିତ କରାଯିବାର ଯୋଜନା ରଖିଛି ଅରୁନ୍ଧତୀ । ଏ ଅବସରରେ ଅରୁନ୍ଧତୀ ପରିଚାଳନା ନିର୍ଦ୍ଦେଶ ମେହେର କହିଛନ୍ତି, ସମ୍ବଲପୁରୀ ଶାଢ଼ୀ ବୁଣା କ୍ଷେତ୍ରରେ ଅଧିକରୁ ଅଧିକ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅରୁନ୍ଧତୀ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର ଖୋଲାଯାଇଛି ।
ଏହାଜରିଆରେ ସର୍ବୋତ୍ତମ ଉତ୍ପାଦ ପ୍ରସ୍ତୁତ କରାଯିବ । କାର୍ଯ୍ୟକ୍ରମରେ ବାନ୍ଧଶିଳ୍ପରେ ନିଜସ୍ୱ ପ୍ରତିଭା ଅର୍ଜନ କରିଥିବା ୫ ବୁଣାକାର ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବର୍ଦ୍ଧିତ କରିଛନ୍ତି ।