ପାଟିରେ ମାଡ଼ି ବସିଲେ ଜୀଅନ୍ତା କଉ ଆଉ ତାପରେ…
ତାମିଲନାଡ଼ୁର ଯୁବକଙ୍କୁ ଜୀବନ୍ତ ମାଛ ପାଟିରେ ଧରିବା ପଡ଼ିଲା ମହଙ୍ଗା। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ।
ତାମିଲନାଡ଼ୁ: ଟିକିଏ ଅସାବଧାନତା ନେଇଗଲା ଜୀବନ। କଥାରେ ଅଛି ବୁଝି ବିଚାରୀ କାର୍ଯ୍ୟ କଲେ ବିପଦ ନପଡ଼ଇ ଭଲେ। ଯାହାର ଜ୍ୱଳନ୍ତ ଉଦାହରଣ ତାମିଲନାଡ଼ୁରେ ଦେଖିବାକୁ ମଳିଛି। ଯାହାକୁ ସାମାନ୍ୟ ଭାବି ଅତି ଖାମଖିଆଲି ଢ଼ଙ୍ଗରେ କାମ କରୁ ତାହା କିଛି ନା କିଛି ଅଘଟଣ ଘଟାଏ।
ତାମିଲନାଡ଼ୁର ୨୯ ବର୍ଷିୟ ଯୁବକ ମାଛ ଧରିବାକୁ ହ୍ରଦକୁ ଯାଇଥିଲେ । ଗୋଟେ ମାଛ ଧରିଥିଲେ ମଧ୍ୟ। ସେହି ସମୟରେ ହ୍ରଦରେ ଆଉ ଏକ ମାଛ ସେ ଦେଖିଥିଲେ। ପ୍ରଥମ ମାଛଟିକୁ ନଛାଡ଼ି ଦ୍ୱିତୀୟ ମାଛକୁ ଧରିବାର ଥିଲା।
ଯୁବକ ଜଣଙ୍କ ଜୀଅନ୍ତା ମାଛକୁ ତାଙ୍କ ପାଟିରେ ଜାବୁଡ଼ି ଧରିଥିଲେ। ଦ୍ୱିତୀୟ ମାଛଟିକୁ ଧରିବାକୁ ଯେପରି ତଳକୁ ନଇଁଛନ୍ତି, ସେହି ସମୟରେ ପାଟିରେ ଧରିଥିବା ମାଛଟି ଡେଇଁ ତାଙ୍କ ତଣ୍ଟିରେ ଲାଗିଥିଲା।
ହ୍ରଦ ଭିତରେ ବ୍ୟକ୍ତିଙ୍କ ନିଶ୍ୱାସ ଅଟକି ଯାଇଥିଲା। ତାଙ୍କୁ ଆଉ କୌଣସ ବୁଦ୍ଧି ବାଟ ଦିଶୁନଥିଲା। ପାଖରେ ଥିବା ଲୋକମାନେ ତାଙ୍କ ତଣ୍ଟିରୁ ମାଛ କାଢ଼ିବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଏହା କରିବାରେ ସଫଳ ହୋଇପାରିନଥିଲେ। ଘଟଣା ସ୍ଥଳରେ ଶ୍ୱାସରୁଦ୍ଧ ହୋଇ ଯୁବକଙ୍କ ଜୀବନ ଚାଲିଯାଇଥିଲା।
ତାମିଲନାଡ଼ୁର ଚେଙ୍ଗଲପଟୁରେ ଘଟିଥିଲା ଏଭଳି ଦୁଃଖଦ ଘଟଣା। ଏହି ହ୍ରଦକୁ ପ୍ରତିଦିନ ଏଠାକାର ଲୋକ ମାଛ ଧରି ବ୍ୟବସାୟ କରନ୍ତି । ଏହି ହ୍ରଦରେ ପାଣି କମ ଥିଲା, ତେଣୁ ମତ୍ସଜୀବୀମାନେ ଏଠାରୁ ହାତରେ ମାଛ ଧରନ୍ତି ।