ନାତି-ନାତୁଣୀ ଖେଳାଇବା ବୟସରେ କ୍ରିକେଟରେ କଲେ ଡେବ୍ୟୁ, ଇତିହାସ ରଚିଲେ ଏହି ୬୪ ବର୍ଷୀୟ ଖେଳାଳି
ଜୋଆନା ଚାଇଲ୍ଡ ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରି ଇତିହାସ ରଚିଛନ୍ତି
ନୂଆଦିଲ୍ଲୀ: ପର୍ତ୍ତୁଗାଲର ଜୋଆନା ଚାଇଲ୍ଡ ୬୪ ବର୍ଷ ବୟସରଙ୍କ ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରି ଇତିହାସ ରଚିଛନ୍ତି । ଏପରି କରି ସେ ଦ୍ୱିତୀୟ ବୃଦ୍ଧ କ୍ରିକେଟର ସାଜିଛନ୍ତି ଏବଂ ନିଜ ନାମ ରେକଡ୍ର ବୁକରେ ପଞ୍ଜିକୃତ କରିଛନ୍ତି । ଜୋଆନା ୭ ଅପ୍ରେଲରେ ଅଲବର୍ଗାରିୟାରେ ନରୱେଙ୍କ ବିପକ୍ଷରେ ଟି-୨୦ ଇଣ୍ଟରନେସନାଲ ସିରିଜର ପ୍ରଥମ ମ୍ୟାଚରେ ପର୍ତ୍ତୁଗାଲ ପାଇଁ ଖେଳି ଏହି ରେକର୍ଡ କରିଛନ୍ତି ।
ଚାଇଲ୍ଡ: ଚାଇଲ୍ଡ ଏହି ସମୟରେ ଫାଲ୍କଲ୍ୟାଣ୍ଡ ଦ୍ୱୀପପୁଞ୍ଜର ଆଣ୍ଡ୍ରିୟୁ ବ୍ରାଉନଲି(୬୨ ବର୍ଷ, ୧୪୫ ଦିନ) ଏବଂ କେମ୍ୟାନର ମୈଲୀ ମୁର( ୬୨ ବର୍ଷ, ୨୫ ଦିନ)ଙ୍କୁ ପଛରେ ପକାଇ ଏହି ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ କେବଳ ଜିର୍ବାଲ୍ଟରର ସୈଲୀ ବାର୍ଟନଙ୍କଠାରୁ ପଛରେ ରହିଯାଇଛନ୍ତି । ସେ ୬୬ ବର୍ଷ ଏବଂ ୩୩୪ ଦିନ ବୟସରଙ୍କ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ।
କହିବାକୁ ଗଲେ ଡେବ୍ୟୁ ମ୍ୟାଚରେ ଜିଆନାଙ୍କ ପ୍ରଦର୍ଶନ ଏତେ ଖାସ ନଥିଲା । ସେ ବ୍ୟାଟିଂ କରି ମାତ୍ର ୨ ରନ କରିପାରିଥିଲେ । ସେ ବୋଲିଂ କରି ୧୧ ରନ ଦେଇଥିଲେ । ଜିଆନାଙ୍କ ପ୍ରଦର୍ଶନ ଖରାପ ଥିଲେ ସୁଦ୍ଧା, ସେ ୬୪ ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ କରିଥିବାରୁ ପ୍ରଶଂସକ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି ।