ୟୁଟ୍ୟୁବରଙ୍କ ରୋଜଗାର କଲା ତାଜୁବ, ପଛରେ ପଡ଼ିଗଲେ ବଡ଼ ବଡ଼ ହଲିଉଡ଼ ଷ୍ଟାର

ମିଷ୍ଟର ବିଷ୍ଟ ଗୋଟେ ବର୍ଷରେ ୟୁଟ୍ୟୁବରୁ ୭୩୨ କୋଟି ଟଙ୍କା ରୋଜଗାର କରିଛନ୍ତି। ତାଙ୍କ ରୋଜଗାର ଏବେ ହଲିଉଡର ବଡ଼ ଷ୍ଟାରଙ୍କ ରୋଜଗାରକୁ ପଛରେ ପକାଇ ଦେଇଛି।

ନୂଆଦିଲ୍ଲୀ: ୟୁଟ୍ୟୁବରୁ ରୋଜଗାର। ଏଭଳି ଅନେକ ଉଦାହରଣ ଆପଣ ଶୁଣିଥିବେ। କିଏ ଘର କରୁଛି, ଗାଡ଼ି କରୁଛି ଆଉ କିଏ ବ୍ଲଗ କରି ଏକ ଆରାମ ଦାୟକ ଜୀବନ କାଟୁଛନ୍ତି। କିନ୍ତୁ ଆଜି ଜଣେ ୟୁଟ୍ୟୁବରଙ୍କ କଥା ଜାଣିବା ଯେ ୟୁଟ୍ୟୁବରୁ ଇନକମ୍ କରି ତାଙ୍କ ରୋଜଗାରରେ ବଡ଼ ବଡ଼ ଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ହେଉଛନ୍ତି ମିଷ୍ଟର ବିଷ୍ଟ।

ୟୁଟ୍ୟୁବ ପାଇଁ ସେ ଏବେ ସାରା ଦୁନିଆରେ ବେଶ ପରିଚିତ ଚେହେରା। ୟୁଟ୍ୟୁବରୁ ସେ ଏତେ ମାତ୍ରାରେ ଟଙ୍କା ରୋଜଗାର କରିଛନ୍ତିି କି ବଡ଼ ବଡ଼ ହଲିଉଡ ଷ୍ଟାର ମଧ୍ୟ ତାଙ୍କ ଇନକମ୍ ତୁଳନାରେ ପଛରେ ପଡ଼ିଯାଇଛନ୍ତି।

ମିଷ୍ଟର ବିଷ୍ଟ ଗୋଟେ ବର୍ଷରେ ୟୁଟ୍ୟୁବରୁ ୭୩୨ କୋଟି ଟଙ୍କା ରୋଜଗାର କରିଛନ୍ତି। ତାଙ୍କ ରୋଜଗାର ଏବେ ହଲିଉଡର ବଡ଼ ଷ୍ଟାରଙ୍କ ରୋଜଗାରକୁ ପଛରେ ପକାଇ ଦେଇଛି। ୟୁଟ୍ୟୁବରେ ତାଙ୍କ ସବସ୍କାଇବ ସଂଖ୍ୟା ମଧ୍ୟ ଆପଣ ଶୁଣିଲେ ତାଜୁବ ହୋଇଛି।

ୟୁଟ୍ୟୁବର ମିଷ୍ଟର ବିଷ୍ଟଙ୍କ ସବସ୍କାଇବର ସଂଖ୍ୟା ୩୮୪ ବିଲିୟନ। ଅର୍ଥାତ ସାଢ଼େ ୩୮ କୋଟି। ଅନ୍ୟ ୟୁଟ୍ୟୁବରଙ୍କ ଭଳି ସେ ପ୍ରତିଦିନ ଭିଡିଓ ଅପଲୋଡ କରନ୍ତିନି। କେଉଁ ମାସରେ ୩ଟି ଭିଡିଓ ତ ଅନ୍ୟ କେଉଁ ମାସରେ ୧ ଭିଡିଓ ଅପଲୋଡ କରନ୍ତି।

ତାଙ୍କ ଭିଡିଓ ଅପଲୋଡ କରୁ କରୁ ବହୁତ ଭଲ ଭିୟୁୂ ଆସେ। ଗୋଟେ ଭିଡିରୁ  ତାଙ୍କୁ ୧୦ ମିଲିୟନରୁ ଅଧିକ ଭିୟୁ ଆସେ। ୨ ସପ୍ତାହ ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରିଥିଲେ ଏବେ ତାଙ୍କର ୮୮ ବିଲିୟନ ଭିୟୁୂ ହୋଇଛି।

ମିଷ୍ଟର ବିଷ୍ଟଙ୍କ ଇଣ୍ଟରନ୍ୟାସନାଲ ଅନଲାଇନ୍ ଇନଫ୍ଲୁଏନ୍ସର ମଧ୍ୟ କୁହାଯାଏ। ବିଷ୍ଟଙ୍କ ଅନେକ ଭିଡିଓ ଆଡଭେନ୍‌ଚର ସହ ଜଡିତ। ଗୁମ୍ଫାରେ ରହିବା ହେଉ କି ପାହାଡ଼ ଚଢ଼ିବା କିମ୍ବା ଟନେଲ ଯିବା ଏକ ଭିନ୍ନ ଧରଣରେ ସେ ଲୋକଙ୍କ ପାଖକୁ ଭିଡିଓ ଆଣନ୍ତି।

ଯାହା ଲମ୍ବା ସମୟ ପାଇଁ ଲୋକ ଦେଖିବାକୁ ଭଲ ପାଆନ୍ତି। ଯାହା ଦ୍ୱାରା ମିଷ୍ଟର ବିଷ୍ଟଙ୍କ ଭଲ ରୋଜଗାର ହୁଏ।