ଶ୍ରେଣୀଓ୍ବାରୀ ହ୍ବାଟ୍ସଆପ୍ ଗ୍ରୁପ କରିବେ ଶିକ୍ଷକ, ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମଓ୍ବାର୍କ
ଖରା ଛୁଟିରେ ଛାତ୍ରଛାତ୍ରୀ ଘରେ ବସି ହୋମଓ୍ବାର୍କ କରିବେ ।
ଭୁବନେଶ୍ବର: ଆସନ୍ତା ମେ ମାସରେ ଖରା ଛୁଟି ହେବ । ତେବେ ଏହି ଛୁଟିରେ ଛାତ୍ରଛାତ୍ରୀଙ୍କୁ ହୋମଓ୍ବାର୍କ କରିବାକୁ ଦିଆଯିବ । ତେବେ ଏହି ସମୟରେ ଯେପରି ଛାତ୍ରଛାତ୍ରୀମାନେ ପାଠପଢ଼ାରେ ନିୟୋଜିତ ରହିବେ ସେନେଇ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରାଯିବ ।
ତେବେ ହୋମଓ୍ବାର୍କରେ ଯଦି କୌଣସି ସମସ୍ୟା ହୁଏ ତେବେ ସ୍କୁଲ ଶିକ୍ଷକମାନଙ୍କର ସହାୟତା ନେବେ । ତେବେ ଶ୍ରେଣୀଓ୍ବାରୀ ସ୍କୁଲ ଛାତ୍ରଛାତ୍ରୀଙ୍କର ଅଭିଭାବକମାନଙ୍କ ସହିତ ଶିକ୍ଷକମାନେ ଏକ ହ୍ବାଟ୍ସଆପ୍ ଗ୍ରୁପ କରିବେ ।
ସ୍କୁଲ ଛୁଟି ହେବା ପୂର୍ବରୁ ଏଭଳି କରିବେ ଶିକ୍ଷକ ଶିକ୍ଷୟିତ୍ରୀ । ଏନେଇ ଯୋଜନା କରିଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ।
ତେବେ ଶିକ୍ଷକମାନେ ହ୍ବାଟ୍ସଆପ ଗ୍ରୁପରେ ପ୍ରଶ୍ନ ଉତ୍ତର ପଠାଇବେ । ଅଭିଭାବକମାନେ ପିଲାମାନଙ୍କୁ ପାଖରେ ବସାଇ ଉକ୍ତ ଶିକ୍ଷା ଦେବେ ।
ପ୍ରକାଶଥାଉକି, ଆସନ୍ତା ମେ 6 ତାରିଖରୁ ଜୁନ 19 ତାରିଖ ଯାଏଁ ଖରାଛୁଟି ହେବ । ଏହି ସମୟରେ ପିଲାଙ୍କୁ କିଭଳି ସଦୁପଯୋଗ କରାଯିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଯୋଜନା କରାଯାଇଛି । ତେବେ ଛୁଟି ସରିବା ପରେ ଉକ୍ତ ହୋମଓ୍ବାର୍କକୁ ଶିକ୍ଷକଙ୍କୁ ଦେଖାଇବେ ଛାତ୍ରଛାତ୍ରୀ ।