ଘରେ ନ ଜଣେଇ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ ଏୟାର ହୋଷ୍ଟେସ, ରାସ୍ତାରେ ଚାଲିଗଲା ଜୀବନ

ଗାଈ ପାଇଁ ଚାଲିଗଲା ଏୟାର ଇଣ୍ଡିଆ ଏୟାର ହୋଷ୍ଟେସଙ୍କ ଜୀବନ।

ଭୋପାଲ: ଗାଈକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଏୟାର ଇଣ୍ଡିଆ ଏୟାର ହୋଷ୍ଟେସଙ୍କ ଜୀବନ। ଘର ଲୋକଙ୍କୁ ନ ଜଣାଇ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ। ହେଲେ ଘଟିଗଲା ବଡ଼ ଅଘଟଣ।

ରାସ୍ତାରେ ଜଗି ବସିଥିଲା ଯମ। ନେଇଗଲା ଏୟାର ହୋଷ୍ଟେସଙ୍କ ଜୀବନ। ରାସ୍ତାରେ ଗାଈ ରୂପରେ ଆସିଲା ଯମ ଆଉ ଏୟାର ହୋଷ୍ଟେସଙ୍କ ଜୀବନ ନେଇଗଲା। ସେପଟେ ପରିବାର ଲୋକ ଜାଣିଛନ୍ତି ଝିଅ ରୁମରେ ଅଛି। ହେଲେ ଘରେ ନ ଜଣାଇ ଯୁବତୀ ଜଣକ ସାଙ୍ଗ ମାନଙ୍କ ସହ ବୁଲିବାକୁ ଆସି ପ୍ରାଣ ହରାଇଛନ୍ତି।

ଘରେ ନ ଜଣେଇ ବୁଲୁଥୁଲେ: ଦୁର୍ଘଟଣାଟି ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ। ଘରେ ନ ଜଣେଇ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ ହର୍ଷିତା। ଏକ ଦ୍ରୁତଗାମୀ କାର୍ କେନାଲରେ ଖସି ପଡ଼ିବାରୁ କାର୍‌ରେ ଯାତ୍ରା କରୁଥିବା ଏୟାର ହୋଷ୍ଟେସଙ୍କ ମୃତ୍ୟୁ ଘଟିଛି।

ହେଲେ ମୃତ୍ୟୁର ପ୍ରମୁଖ କାରଣ ଥିଲା ଗାଈ। କାରଣ ୨୧ବର୍ଷୀୟା ହର୍ଷିତା ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ବନ୍ଧୁ ଜୟ ଏବଂ ସୁଜଲଙ୍କ ସହ ବୁଲିବାକୁ ଯାଇଥିଲେ। କୋଲାର ସିକ୍ସ ଲେନର ହୋଲି କ୍ରସ୍ ସ୍କୁଲ୍ ନିକଟରେ ହଠାତ୍ ଗୋଟିଏ ଗାଈ ତାଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା।

ଗାଈ ପାଇଁ ଗଲା ଜୀବନ: ଏହି ସମୟରେ କାର୍‌ଟି ଦ୍ରୁତ ଗତିରେ ଥିବାରୁ କାର ଚଳାଉଥିବା ଜୟ ନିୟନ୍ତ୍ରଣ ହରାଇଥିଲେ। ଏହା ପରେ କାର୍‌ଟି ରାସ୍ତା ପାର୍ଶ୍ୱରେ ଥିବା କେନାଲରେ ଯାଇ ପଡ଼ିଥିଲା।

ଦୁର୍ଘଟଣାରେ ହର୍ଷିତା ଶର୍ମା ଗୁରୁତର ଆହତ ହୋଇଥିଲେ। ଆହତ ହର୍ଷିତାଙ୍କୁ ତାଙ୍କ ବନ୍ଧୁ ଜୟ ଏବଂ ସୁଜଲ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତୁରନ୍ତ ଚିକିତ୍ସା ପାଇବା ସତ୍ତ୍ୱେ, ଶୁକ୍ରବାର ସକାଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।