(Video) ସ୍ତ୍ରୀ ନିର୍ଯାତନା ସହି ନ ପାରି ପ୍ରାଣ ହାରିଲେ ୩୩ ବର୍ଷୀୟ ଯୁବକ, କହିଲେ “ଅସ୍ତି ନାଳରେ ଭସେଇଦେବ”

ପ୍ରେମ ବିବାହ ଦେଲା ଯନ୍ତ୍ରଣା । କେତେ ସହିବ ମିଛ ଅପବାଦ । ଶେଷରେ ଭିଡିଓ କରି ପ୍ରାଣ ଦେଇଦେଲେ ଯୁବକ ।

ଇଟାୱା: ଉତ୍ତର ପ୍ରଦେଶ ଇଟାୱାରୁ ଏକ କରୁଣ ଘଟଣା ସାମ୍ନାକୁ ଆସିଛି । ଜଣେ ୩୩ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି । ସ୍ତ୍ରୀ ନିର୍ଯ୍ୟାତନାକୁ ସହି ନ ପାରି ଏପରି କରିଥିବା ଯୁବକଜଣକ ମୃତ୍ୟୁ ପୂର୍ବର ଭିଡିଓରେ କହିଛନ୍ତି ।

ମୋହିତ ଯାଦବ; ପେଶାରେ ଜଣେ ଇଞ୍ଜିନିୟର । ତାଙ୍କ ସ୍ତ୍ରୀ ମୋହିତଙ୍କ ନାଁରେ ମିଛ ମାମଲା ରୁଜୁ କରିଛନ୍ତି । ଯାହା ପାଇଁ ତାଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ିଥିବା ସେ କହିଛନ୍ତି ।

ମୋହିତ ଏକ ହୋଟେଲରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ୍ୟୁ ପୂର୍ବର ଭିଡିଓଟିକୁ ସେ ହୋଟେଲ ରୁମରେ ହିଁ ସୁଟ୍ କରିଥିଲେ । ପ୍ରିୟା ଏବଂ ମୋହିତ ୭ ବର୍ଷ ସମ୍ପର୍କରେ ରହିବା ପରେ ବିବାହ କରିଥିଲେ । ୨୦୨୩ରେ ଭଉୟ ପରିବାରର ସହମତିରେ ବାହାଘର ହୋଇଥିଲା ।

୨ ମାସ ପୂର୍ବେ ପ୍ରିୟା ଏକ ଘରୋଇ ସ୍କୁଲରେ ଚାକିରି କରିଥିଲେ । ସେ ସମୟରେ ପ୍ରିୟା ଗର୍ଭବତୀ ଥିବାବେଳେ ତାଙ୍କ ମା’ପିଲା ନଷ୍ଟ କରିଦେଇଥିଲେ । ପ୍ରିୟା ଏବଂ ତାଙ୍କ ପରିବାର ମୋହିତଙ୍କ ଧନ ସମ୍ପତ୍ତି ଚାହୁଁଥିଲେ ।

ମୋହିତ ତାଙ୍କ ଘରଦ୍ୱାରା ପ୍ରିୟାଙ୍କ ନାଁରେ କରିବାକୁ ଶଶୁର ଘର ଲୋକେ ଚାପ ପକାଉଥିଲେ । ମୋହିତଙ୍କ ଶଳା ତାଙ୍କୁ ଜୀବନରୁ ମାରିଦେବାର ଧମ କମଧ୍ୟ ଦେଇଥିଲା । ସେମାନଙ୍କ କଥା ନ ମାନିବାରୁ ପ୍ରିୟାଙ୍କ ପରିବାର ଲୋକେ ମିଛ କେସରେ ମୋହିତଙ୍କୁ ଫସେଇଥିବା ସେ କହିଛନ୍ତି ।

ଭିଡିଓରେ ମୋହିତ କହିଛନ୍ତି ଯଦି ମୁଁ ମଲା ପରେ ମୋତେ ନ୍ୟାୟ ମିଳେ ତେବେ ମୋ ଅସ୍ତିକୁ ନାଳରେ ଭସେଇ ଦେବ…. । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।