ପଇତାଲାଗି ନୀତି ପାଇଁ ଆଜି ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିର ଆଜି ସନ୍ଧ୍ୟାରେ ୫ ଘଣ୍ଟା ଭକ୍ତଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ। ଏହି ପାଞ୍ଚ ଘଣ୍ଟା ମଧ୍ୟରେ ଭକ୍ତମାନେ ପଇତାଲାଗି ନୀତି ପାଇଁ ଦେବଦେବୀଙ୍କ ଦର୍ଶନ କରିପାରିବେ ନାହିଁ।

ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଅର୍ଥାତ୍ ସୋମବାର ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ଦେବଦେବୀଙ୍କ ପାଇଁ ପାଇତାଲାଗି ବିଧି ସମ୍ପନ୍ନ ହେବ। ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ୫ ଘଣ୍ଟା ମଧ୍ୟରେ କୌଣସି ଭକ୍ତ ଦେବଦେବୀଙ୍କ ଦର୍ଶନ କରିପାରିବେ ନାହିଁ।

ଦ୍ବିତୀୟ ଭୋଗମଣ୍ଡପ ସରିବା ପରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏପ୍ରିଲ ୨୧ରୁ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ ରତ୍ନଭଣ୍ଡାରର ମରାମତି, ସଂରକ୍ଷଣ ଓ ନବୀକରଣ କାର୍ଯ୍ୟ ଅସ୍ଥାୟୀ ଭାବେ ବନ୍ଦ ରହିବ ବୋଲି ସୂଚନା ମିଳିଛି।