Breaking: ଆମେରିକୀୟ ନାଗରିକ ଆସିବେନି ଜମ୍ମୁ-କଶ୍ମୀର, ସତର୍କ କଲା ଟ୍ରମ୍ପ ପ୍ରଶାସନ

ୱାଶିଂଟନ୍: ଜମ୍ମୁ-କଶ୍ମୀର ଆସିବେନି ଆମେରିକା ନାଗରିକ । ଆମେରିକୀୟ ନାଗରିକଙ୍କୁ ଭାରତ ଜମ୍ମୁ-କଶ୍ମୀର ଯିବାକୁ ମନା କଲା ଟ୍ରମ୍ପ ପ୍ରଶାନସ ।

ଆଡଭାଇଜରି ଜାରି କରି ନାଗରିକଙ୍କୁ ପରାମର୍ଶ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ମଙ୍ଗଳବାର ଜମ୍ମୁ-କଶ୍ମୀର ପହଲଗାନରେ ଆତଙ୍କବାଦୀ ହମଲାକୁ ନେଇ ଭାରତ ସମେତ ବିଶ୍ୱ ଆତଙ୍କବାଦ ବିରୋଧରେ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ।

ପର୍ଯ୍ୟଟକଙ୍କୁ ଧର୍ମ ପଚାରି ସେମାନଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି । ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏ ପ୍ରକାର ଦିଶାନିର୍ଦ୍ଦେଶ ଜାରି କରାଯାଇଛି ।