Breaking: ମୁଣ୍ଡ ନୁଆଁଇବନି ଭାରତ: LOCରେ ଗୁଳିବିନିମୟ ଜାରି, ୨ ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀର ବନ୍ଦିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ସୂଚନା ।

ଗତକାଲି ରାତିରୁ ପାକ୍ ସେନା ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଛି । ଯାହାର ଜବାବରେ ଭାରତୀୟ ସେନା ପକ୍ଷରୁ ଫାୟାରିଂ କରାଯାଇଛି ।

ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି । ଏଲଓସିରେ ପାକ୍ ସେନା ଓ ଭାରତୀୟ ଯବାନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।

ଗୁରୁବାର ରାତିରେ ଭାରତୀୟ ବାୟୁ ସେନା ବିମାନ ଏଲଓସିରେ ଆକାଶରେ ଘୁରରିବୁଲିଥିଲା ।