Breaking: ରାଜଧାନୀରେ ଚାଞ୍ଚଲ୍ୟ, ବାଣୀ ବିହାର, ଲିଙ୍ଗରାଜ ଷ୍ଟେଶନରେ ପଡ଼ିଛି ୨ ଟି ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ୨ଟି ରେଳ ଷ୍ଟେଶନରୁ ୨ଟି ମୃତଦେହ ଠାବ କରାଯାଇଛି ।

ଗୋଟିଏ ମୃତଦେହ ବାଣୀ ବିହାର ରେଳ ଷ୍ଟେଶନରେ ପଡ଼ିଥିବାବେଳେ ଆଉ ଏକ ମୃତଦେହ ଲିଙ୍ଗରାଜ ଷ୍ଟେଶନରେ ପଡ଼ିଥିବା ଜଣାପଡ଼ିଛି ।

ଏକାଥରକେ ୨ଟି ରେଳ ଷ୍ଟେଶନରେ ୨ଟି ଅଜଣା ମୃତଦେହ ମିଳିବା ନେଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ମୃତକମାନଙ୍କ ପରିଚୟ ମିଳିପାରି ନ ଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ମଧ୍ୟ ସ୍ପଷ୍ଟ ହୋଇନାହିଁ ।