ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଆଶ୍ବସ୍ତି ଆଣିଛି ।
ଆଜି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଆଜି କଛି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଥିବା ବେଳେ ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବ ବୋଲି କୁହାଯାଉଛି ।
ପ୍ରକାଶଥାଉକି, ଗୁରୁବାର ଦିନ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା । ଆଜି ମଧ୍ୟ ବିଜୁଳି ଘଡଘଡି ସହିତ ଗଞ୍ଜାମ, ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ ଜିଲ୍ଲାରେ ବର୍ଷା ହେବା ନେଇ କୁହାଯାଇଛି । ଏହା ସହିତ 30ରୁ 40 କିଲୋମିଟର ବେଗରେ ପବନ ବୋହିବା ନେଇ ମଧ୍ୟ କୁହାଯାଇଛି ।
ମେ ୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ଡହଡହ ଖରାରେ ବର୍ଷା ଏକ ପ୍ରକାର ଆଶ୍ବସ୍ତି ଆଣିପାରେ ।