ଭୁବନେଶ୍ୱର: ଭୁବନେଶ୍ୱର ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି ।
ଓଡ଼ିଆ ଯୁବକଙ୍କୁ ବିବାହ କରି ରାଜଧାନୀରେ ରହୁଥିବା ସୂଚନା । ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍ ଜାରି ।
୨୦୨୪ରେ ମହିଳାଙ୍କ ଭିସା ଅବଧି ଶେଷ ହୋଇଯାଇଛି ।
ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଥିବା ପାକିସ୍ତାନୀମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ତୁରନ୍ତ ବାହାର କରିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ ।
ପହଲଗାମ ଆକ୍ରମଣ ପରେ ଉଭୟର କେନ୍ଦ୍ର ଏବଂ ରାଜ୍ୟ ସରକାର ପାକିସ୍ତାନୀଙ୍କୁ ଦେଶରୁ ବାହାର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।