ଖରା ଦିନେ ଜହ୍ନି ଖାଇଲେ ମିଳିବ ଅନେକ ଫାଇଦା
ଆପଣ ଜହ୍ନି ଖାଇବାକୁ ଭଲ ପାଆନ୍ତିନି କି? ଜହ୍ନିର ସ୍ୱାସ୍ଥ୍ୟ ଉପକାରିତା ଜାଣିଛନ୍ତି କି? ଜାଣିଲେ ନିଶ୍ଚୟ ଖାଇବେ! ଜାଣନ୍ତୁ ଓ ଖାଆନ୍ତୁ…
ନୂଆଦିଲ୍ଲୀ: ଜହ୍ନି ଖାଇଲେ କଣ ହେବ? ଜହ୍ନିକୁ ପ୍ରାୟତଃ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଜହ୍ନିକୁ ବି ତରକାରୀରେ ମଧ୍ୟ ବ୍ୟବହାର କରାଯାଏ। କେତେକ ଲୋକମାନେ ଜହ୍ନିକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଜହ୍ନି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ। ବିଶେଷ କରି ଖରାଦିନେ।
ଜହ୍ନିରେ କମ କ୍ୟାଲେରୀ ଯୁକ୍ତ ପନିପରିବା,ଯାହା ଫାଇବର, ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ରହିଛି। ଏହା ବ୍ୟତୀତ ଏଥିରେ ଆଇରନ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ମଧ୍ୟ ମିଳିଥାଏ।
ଜହ୍ନି ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।ଭିଟାମିନ ‘ଏ’ ଭରପୁର ଜହ୍ନି ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ। ଯାହାକୁ ଖାଇଲେ ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ଏହା ସହିତ ଆଖି ସମ୍ବନ୍ଧିୟ ଅନ୍ୟ ସମସ୍ୟାମାନକୁ ରୋକିବାରେ ମଧ୍ୟ ଏହା ସହାୟକ ହୋଇଥାଏ।
ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଜହ୍ନି ହେଉଛି ଏକ କମ୍ କ୍ୟାଲେରୀ ପନିପରିବା, ଯେଉଁଥିରେ ଜଳର ମାତ୍ରା ଅଧିକ। ଏହା ସହିତ ଏଥିରେ ଫାଇବର ଅଛି ଯେଉଁଥି ପାଇଁ ଏହାକୁ ଖାଇବା ଦ୍ଵାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁରି ରହିଥାଏ। ଯାହା ଫଳରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ମଧୁମେହ ରୋଗୀ ପାଇଁ ବେଶ ଲାଭଦାୟକ ହୋଇଥାଏ ଜହ୍ନି। ବ୍ଲଡ଼ ସୁଗାର ଲେବଲକୁ ମଧ୍ୟ କଣ୍ଟ୍ରୋଲ କରେ। ପୋଷକତତ୍ତ୍ୱ ଭରପୁର ଜହ୍ନି ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିବ। ଜହ୍ନିକୁ ନିୟମିତ ଖାଦ୍ୟରେ ସାମିଲ କଲେ ଗ୍ୟାସ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ।