୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ
ଛାତ୍ରଛାତ୍ରୀଙ୍କ ଉପରେ ଭିନ୍ନଭିନ୍ନ କାର୍ଯ୍ୟାନୁଷ୍ଠାନ ନେଲା ଭିସୁଟ ।
ଭୁବନେଶ୍ବର: ଛାତ୍ରଙ୍କୁ ଭିସୁଟର ଛାଟ । ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ । କ୍ଲାସରେ କମ୍ ଉପସ୍ଥିତି ସହ ବିଭିନ୍ନ କାରଣକୁ ନେଇ କାର୍ଯ୍ୟାନୁଷ୍ଠାନ ।
ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବା ଉପରେ କଟକଣା ଜାରି କରାଯାଇଛି ।
ମେଡାଲ, ଏକାଡେମୀ ପୁରସ୍କାରରୁ ବାଦ୍ ସହ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଭିନ୍ନଭିନ୍ନ ଛାତ୍ରଛାତ୍ରୀଙ୍କ ଉପରେ ଭିନ୍ନଭିନ୍ନ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏପ୍ରିଲ ୧୦ ତାରିଖରେ ୭ ଜଣ ସାଙ୍ଗ ଏକାଠି ହୋଇ ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଯାଇଥିଲେ । ସେଠାରେ ପିକନିକ ଭୋଜି କରିଥିଲେ ।
ପିକନିକରେ ଗାଧୋଇବା ସମୟରେ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଶାଶ୍ୱତୀ ଭୋଇ ପାଣିରେ ବୁଡି ଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ ।
ହେଲେ ଜୀବନ ବଞ୍ଚାଇପାରି ନଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ତଦନ୍ତ କରି ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ ।