ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ମହଙ୍ଗା ହେଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ଆଜି ବଢିଗଲା ସୁନା ଦର, ଜାଣନ୍ତୁ ମୂଲ୍ୟ

ନୂଆଦିଲ୍ଲୀ: ସୁନାର ମୂଲ୍ୟ ଏକ ଲକ୍ଷ ପାରି କରିବା ସତ୍ତ୍ୱେ ଏହା କମିଛି ସତ । ହେଲେ ଅକ୍ଷୟ ତୃତୀୟାର ପୂର୍ବ ଦିନ ଅର୍ଥାତ ଆଜି ସୁନା ଦର ବଢିଯାଇଥିବା ଦେଖିବାକୁ ମିଳିଛି । ସୋମବାର ତୁଳନାରେ ମଙ୍ଗଳବାର ଏହି ସୁନା ଦର ମହଙ୍ଗା ହୋଇଛି । ଏଥିରେ ୪୦୦ ଟଙ୍କା ବୃଦ୍ଧି ପାଇଛି ।

ଏମସିଏକ୍ସରେ ସୁନା ଦର ସକାଳ ୬ଟା ୨୦ରେ ୧୦ ଗ୍ରାମ ପିଛା ୯୬ ହଜାର ୬୦ ଟଙ୍କା ଥିଲା । ଏହାର ମୂଲ୍ୟରେ ୧,୦୬୮ ଟଙ୍କା ବୃଦ୍ଧି ଘଟିଛି । ସେହିପରି ରୂପା ଦରରେ ୧୪୬ ଟଙ୍କାର ବୃଦ୍ଧି ଘଟିଛି ଏବଂ ଏହା କିଲୋଗ୍ରାମ ପିଛା ୯୬,୫୮୭ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ।

ଯଦି ଆମେ ଭୁବନେଶ୍ୱରରେ ସୁନା ଦର ବିଷୟରେ ଆଲୋଚନା କରିବା ତେବେ ଆଜି ୨୨ କ୍ୟାରେଟ୍ ସୁନା ଦରରେ ୪୦୦ ଟଙ୍କା ବୃଦ୍ଧି ପାଇଛି । ଗତକାଲି ଏହି ଦର ୧୦ ଗ୍ରାମ ପିଛା ୮୯,୪୦୦ ଥିଲା । ଆଜି ସେଥିରେ ୪୦୦ ଟଙ୍କା ବୃଦ୍ଧି ପାଇ ୮୯ ହଜାର ୮୦୦ରେ ପହଞ୍ଚିଛି ।

ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଗତକାଲି ୯୭ ହଜାର ୫୩୦ ଟଙ୍କା ଥିଲା । ଆଜି ସେଥିରେ ୪୪୦ ଟଙ୍କା ବୃଦ୍ଧି ଘଟି ୯୭,୯୭୦ ଟଙ୍କାରେ ପହଞ୍ଚିଛି । ୧୮ ଗ୍ରାମ ସୁନା ଦର ଆଜି ୧୦ ଗ୍ରାମ ପିଛା ୭୩ ହଜାର ୪୮୦ ଟଙ୍କା ପହଞ୍ଚିଛି ।