Breaking: (Video) ଖାଇବାକୁ ଆସି ନିଜେ ଜଳିଗଲେ, ନିମିଷକେ ଜଳି ପାଉଁଶ ହୋଇଗଲା ୨୨ ଜୀବନ

ସାଂଘାଇ: ଚାଇନାରେ ଘଟିଯାଇଛି ବଡ଼ ଅଘଟଣ । ଚାଇନାର ଲିଆଓନିଙ୍ଗ ପ୍ରଭିନ୍ସର ଲିଆଓୟାଙ୍ଗ ସହରରେ ଘଟିଯାଇଛି ବଡ଼ ଦୁର୍ଘଟଣା ।

ଲିଆଓୟାଙ୍ଗ ସିଟିରେ ଥିବା ଏକ ରେଷ୍ଟୁରେଣ୍ଟରେ ନିଆଁ ଲାଗିବା କାରଣରୁ ୨୨ ଜଣ ଜୀଅନ୍ତା ଜଳିଯାଇଥିବା ଖବର ପ୍ରକାଶ ପାଇଛି । ମଙ୍ଗଳବାର ଦିନ ଘଟିଯାଇଛି ଏହି ଘଟଣା ।

ଅପରାହ୍ନଣ ୧୨ଟା ୨୫ ମିନିଟରେ ହଠାତ୍ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଥିଲା । ଘଟଣା ସମୟରେ ରେଷ୍ଟୁରାଣ୍ଟରେ ବଡ଼ ଭିଡ଼ ମଧ୍ୟ ଥିଲା । ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ ଉଭୟ ଆହତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ଯାଉଛି ।

ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା । ଅନ୍ୟପଟେ ଆହତମାନଙ୍କୁ ସଠିକ୍ ଚିକିତ୍ସା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।