ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଜୀବନଶୈଳୀ ଯୋଗୁ କୋଲେଷ୍ଟ୍ରଲ ଏବଂ ବ୍ଲଡ୍ ପ୍ରେସର ଭଳି ସମସ୍ୟା ସାଧାରଣ ହୋଇଗଲାଣି। ଲୋକମାନେ ଔଷଧ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ କିଛି ଘରୋଇ ଏବଂ ପ୍ରାକୃତିକ ଉପଚାର ସାହାଯ୍ୟରେ ଆପଣ ଏହି ସମସ୍ୟାକୁ କମ କରିପାରିବେ। କ୍ଷୀରରେ ଜାଇଫଳ ମିଶ୍ରିତ କ୍ଷୀର ପିଇବା ଲାଭଦାୟକ । ଜାଣନ୍ତୁ ଏହାର ଲାଭ ବିଷୟରେ…
କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ
ଜାଇଫଳ ଚୂର୍ଣ୍ଣ ବା ଗୁଣ୍ଡ ଗୋଟେ ଚାମଚ କ୍ଷୀରରେ ମିଶାଇ ପିଇବା ଦ୍ୱାରା କୋଲେଷ୍ଟ୍ରଲକୁ ବହୁତ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ। ଏହା ସହିତ ହାର୍ଟକୁ ମଧ୍ୟ ସୁସ୍ଥ ରଖିଥାଏ ।
ଚାପ ହ୍ରାସ କରେ:
ଜାଇଫଳରେ ପ୍ରାକୃତିକ ଶାନ୍ତକାରୀ ଗୁଣ ଅଛି, ଯାହା ମାନସିକ ଚାପ ଏବଂ ଅସ୍ଥିରତାକୁ ଶାନ୍ତ କରେ। କ୍ଷୀରରେ ଉପସ୍ଥିତ ଟ୍ରିପ୍ଟୋଫାନ ଏବଂ କ୍ୟାଲସିୟମ ମଧ୍ୟ ମନୋଭାବକୁ ସ୍ଥିର କରେ।
ହଜମ ଉନ୍ନତ କରେ:
ଜାଇଫଳ ଗ୍ୟାସ, ବଦହଜମୀ ଏବଂ ପେଟ ଫୁଲିବା ଭଳି ସମସ୍ୟାକୁ କମ କରେ। କ୍ଷୀର ସହିତ ସେବନ କଲେ, ଏହା ଅନ୍ତନଳୀ ସଫା କରିବାରେ ଏବଂ ମେଟାବୋଲିଜିମକୁ ଉନ୍ନତ କରିବାରେ ସାହାଯ୍ୟ କରେ।
ହାର୍ଟକୁ ସୁରକ୍ଷିତ ରଖେ – ଜାଇଫଳ ରକ୍ତ ସଞ୍ଚାଳନକୁ ଉନ୍ନତ କରେ ଏବଂ କ୍ଷୀରରେ ଥିବା କ୍ୟାଲସିୟମ ଏବଂ ପୋଟାସିୟମ ହୃଦୟକୁ ମଜବୁତ କରେ। ଏହା ରକ୍ତଚାପକୁ ସନ୍ତୁଳିତ କରିବାରେ ସହାୟକ ହୋଇପାରେ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ:
ଜାଇଫଳରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟାରୀ ଗୁଣ ଅଛି, ଏହାକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରେ।
କମିବ କାଶ ସମସ୍ୟା :
ଉଷୁମ କ୍ଷୀର ଏବଂ ଜାଇଫଳର ମିଶ୍ରଣ ଗଳାକୁ ଆରାମ ଦିଏ ଏବଂ କଫ ବାହାର କରିବାରେ ସାହାଯ୍ୟ କରେ।