(Video) ସରକାରଙ୍କ ନିର୍ଦ୍ଦେଶନାମା ପରେ ବି ଶ୍ରୀନଗରରେ ଭିଡିଓ ସୁଟ୍ କଲେ ବରିଷ୍ଠ ସାମ୍ବାଦିକା, ନେଟିଜେନ୍ସ କହିଲେ-ଦେଶଦ୍ରୋହୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହାପରେ ଭାରତ ସରକାର ମିଡିଆ ସଂସ୍ଥାଗୁଡ଼ିକମାନଙ୍କ ପାଇଁ ଶକ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ।

ଏଥିରେ ଅଫିସିଆଲ ମଞ୍ଜରୀ ମିଳିବା ପର୍ଯ୍ୟନ୍ତ ସୈନ୍ୟମାନଙ୍କ ଗତିବିଧିଗୁଡ଼ିକର ରିପୋର୍ଟିଂ ନ କରିବା ଲାଗି ନିବେଦନ କରିଥିଲେ।

ଏହି ନିବେଦନର ଉଦ୍ଦେଶ୍ୟ ଥିଲା ଯେ, ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ସମୟରେ ଏଠାରେ ଘଟୁଥିବା କୌଣସି ମଧ୍ୟ ଲିକ୍‌କୁ ରୋକିବା। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ।

ଚେତାବନୀ ସତ୍ତ୍ୱେ ବରିଷ୍ଠ ସାମ୍ବାଦିକା ବରଖା ଦତ୍ତଙ୍କୁ ଶ୍ରୀନଗରର ଲାଲ ଚୌକରୁ ଫଟୋ ଉଠାଉଥିବାର ଦେଖିବାକୁ ମିଳିଥିଲା। ଏହି ସ୍ଥାନଟିରେ ଅଧିକ ସୈନକମାନେ ରହିଥାଆନ୍ତି।

ତାଙ୍କର ଏହି କାର୍ଯ୍ୟକଳାପକୁ ନେଇ ଅନଲାଇନରେ ଲୋକେ ହଇଚଇ ସୃଷ୍ଟି କରିଛନ୍ତି। ଅନେକ ନେଟିଜେନ୍ସ ସାମ୍ବାଦିକାଙ୍କ ଉପରେ ଜାତୀୟ ହିତକୁ ଅଣଦେଖା କରିବାର ଅଭିଯୋଗ ଲଗାଇଛନ୍ତି। ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଦେଶଦ୍ରୋହୀ କହିଛନ୍ତି।