କଟକ ବ୍ରିଜ୍ ସ୍ଲାବ ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଅନୁକମ୍ପା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ପରିବାରକୁ ୫ ଲକ୍ଷ ଅନୁକମ୍ପା ରାଶି

କଟକ: କଟକରେ ବ୍ରିଜ୍ ସ୍ଲାବ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।

ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

କଟକ ଖାନନଗର ବ୍ରିଜ୍ ନିର୍ମାଣ ବେଳେ ଅଘଟଣ ଘଟିବା ଖବର ଆଉ କିଛି ସମୟ ପୂର୍ବରୁ ଆସିଥିଲା। ଏଥିରେ ୫ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଏହି ୫ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ମୁତାବକ, ବ୍ରିଜ୍‌ର ସ୍ଲାବ୍ ଖସି ପଡ଼ିବାରୁ ଚାପି ହୋଇଯାଇଥିଲେ ଶ୍ରମିକ। ଗୁରୁତରଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ରହିଥିଲା। ଏହି ସମସ୍ତ ଗୁରୁତରଙ୍କର ଚିକିତ୍ସା ମଧ୍ୟରେ 3ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଥିଲା।