ନବରଙ୍ଗପୁର: କଥାରେ ଅଛି ଭଗବାନଙ୍କ ଅବତାର ଡାକ୍ତର। ଜଣେ ଡାକ୍ତରର ଚିକିତ୍ସାରେ ଅନେକ ବଡ଼ ବଡ଼ ରୋଗର ସମାଧାନ ହୋଇଯାଏ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ମଣିଷ କୌଣସି ରୋଗରେ ପୀଡ଼ିତ ଥାଏ, ତେବେ ତାକୁ ସାରା ଦୁନିଆଟା ତୁଚ୍ଛ ଲାଗେ, ଏହି ସମୟରେ ଡାକ୍ତର ହିଁ ସେଇ ରୋଗୀଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥାଆନ୍ତି।
ତେବେ ଡାକ୍ତର ଭଗବାନଙ୍କ ଅବତାରର ଏକ ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀଙ୍କୁ କିଛି ରକ୍ତ ଆବଶ୍ୟକ ପଡ଼ିଥିଲା।
ଏହି ସମୟରେ ସେଠାରେ ଥିବା ନିଜେ ଡାକ୍ତର ଗର୍ଭବତୀଙ୍କୁ ରକ୍ତ ଦାନ କରିଥିଲେ। ଏହାପରେ ଗର୍ଭବତୀ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ଏଭଳି ମହାନୀୟ କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସାର ଛୁଅ ଛୁଟିଛି।
ତେବେ ଏଥିରେ ଗର୍ଭବତୀଙ୍କ ସ୍ୱାମୀ, ଡାକ୍ତରଙ୍କର ଅନେକ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ତେବେ ସାରା ଦୁନିଆରେ ଏଭଳି କିଛି ଡାକ୍ତର ଅଛନ୍ତି, ଯେଉଁମାନେ ରୋଗୀଙ୍କର ନିଃସ୍ୱାର୍ଥଭାବେ ସେବା କରିଥାଆନ୍ତି।