ସାପ କାମୁଡାରେ ୧୦ ବର୍ଷ ଶିଶୁକନ୍ୟାର ମୃତ୍ୟୁ, ମା’ ଓ ଶିଶୁପୁତ୍ର ଗୁରୁତର

ଘରେ ଶୋଇଥିବା ବେଳେ, ଘରେ ପଶି କାମୁଡ଼ିଥିଲା ପାହାଡ଼ିଆ ବିଷଧର ସାପ।

କେନ୍ଦୁଝର: ମା’- ଏବଂ ୧୦ ବର୍ଷ ଶିଶୁକନ୍ୟାକୁ କାମୁଡିଲା ସାପ। ଘରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ିଲା ପାହାଡ଼ିଆ ବିଷଧର ସାପ। ମାଆ ଜଣକ ଗୁରୁତର ଥିବାବେଳେ, ୧୦ ବର୍ଷର କୁନିଝିଅକୁ ବଞ୍ଚାଇ ପାରିଲେନି ଡାକ୍ତର।

ହଁ ଏପରି ଅକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୃଷ୍ଣପୁର ଗାଁରେ। ଉକ୍ତ ଗ୍ରାମର ସମ୍ଭୁନାଥ ଜୁଆଙ୍ଗଙ୍କ ପରିବାର ଘର ଚଟାଣରେ ଶୋଇଥିଲେ। ଶନିବାର ଦିନ ବିଳମ୍ୱାତ ରାତିରେ ଏକ ପାହାଡ଼ିଆ ବିଷଧର ସାପ ଘରେ ପଶିଯାଇଥିଲା।

ଆଉ ଘରେ ଶୋଇଥିବା ୧୦ ବର୍ଷର ଝିଅ ଓ ତାର ମାଆକୁ କାମୁଡି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ତେଲକୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ଜକରିଥିଲେ।

ହେଲେ ଡାକ୍ତର ସେଠାରେ କୁନି ଝିଅକୁ ମୃତ ଘୋଷଣା କରିଥିଲେ। ହେଲେ ମାଆ ଓ ଶିଶୁପୁତ୍ରଙ୍କର ଏବେବି ଚିକିତ୍ସା ଚାଲିଛି। ଯଦିଓ ସାପ ଶିଶୁପୁତ୍ରକୁ କାମୁଡିନି। ଯେହେତୁ ମାଆ ପାଖରୁ ଶିଶୁପୁତ୍ର କ୍ଷୀର ଖାଇଥିଲା, ତେଣୁ ଉଭୟଙ୍କୁ ଚିକିତ୍ସା କରାଯାଉଛି।