ମୁହଁ ନ ଦେଖାଇ YouTubeରେ ରୋଜଗାର କରିବାର Ultimate Trick, କେମିତି ଜାଣନ୍ତୁ

ୟୁଟ୍ୟୁବରେ କେମିତି ମୁହଁ ନ ଦେଖାଇ କରିବେ ରୋଜଗାର ଜାଣନ୍ତୁ..

ନୂଆଦିଲ୍ଲୀ: ସାଧାରଣତଃ ଅନେକ ଲୋକଙ୍କ ମନରେ ଅଛି ଯେ, ୟୁଟ୍ୟୁବରେ ରୋଜଗାର କରିବାକୁ ହେଲେ ଆମକୁ କ୍ୟାମେରାରେ ମୁହଁ ଦେଖାଇବାକୁ ପଡ଼ିବ।

ହେଲେ ବର୍ତ୍ତମାନ ବିନା ମୁହଁ ଦେଖାଇ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

କେଉଁ କେଉଁ ଚ୍ୟାନେଲ୍ସ ବିନା ମୁହଁ ଦେଖାଇ ଚଳାଇପାରିବେ:
ମୋଟିଭେସନାଲ ଚ୍ୟାନେଲ: ଏଥିରେ ଆପଣ ଆଧ୍ୟାତ୍ମିକ ଷ୍ଟୋରୀଜ, ଚିନ୍ତାଧାରା ବା ଲାଇଫ ଚେଞ୍ଜିଂ ଏକ୍ସପେରିଏନ୍ସ ସେୟାର କରିପାରିବେ। ଭଲ ସ୍କ୍ରିପ୍ଟ ଏବଂ ଦମଦାର ଭଏସଓଭର ହିଁ ଆପଣଙ୍କ ପରିଚୟ ସୃଷ୍ଟି କରିବ।

ଫ୍ୟାକ୍ଟ ଚ୍ୟାନେଲ: ଏହି ଚ୍ୟାନେଲ ସର୍ବଦା ଟ୍ରେଣ୍ଡରେ ଥାଏ। ଆପଣ ଏକ ଖାସ ଟପିକ୍ ଭଳି ମହାକାଶ, ଜୀବଜନ୍ତୁ, ବା ହାରର ଫ୍ୟାକ୍ଟସକୁ ଚୟନ କରିପାରିବେ ଏବଂ ସେଥିରେ ଭିଡିଓଜ କରିପାରିବେ।

ଟେକ୍ ବା ଅନଲାଇନ ୟର୍ଣ୍ଣିଂ ଟିପ୍ସ: ଫେସବୁକ୍‌, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଗ୍ରୋଥ ବା ଡିଜିଟାଲ ମାର୍କେଟିଙ୍ଗରେ ସୂଚନା ଦିଅନ୍ତୁ। ଏହି ଚ୍ୟାନେଲ୍ସରେ କେବଳ ସ୍କ୍ରିନ ରେକର୍ଡିଂ ହେବ ଏବଂ ଭଏସଓଭରର ଆବଶ୍ୟକତା ରହିଛି।

ଷ୍ଟୋରି ଟେଲିଂ ଚ୍ୟାନେଲ୍‌: ହରର, କ୍ରାଇମ୍‌, ଫିକ୍ସନ ବା ପିଲାମାନଙ୍କ କାହାଣୀ, ଏକ ଭଲ ସ୍କ୍ରିପ୍ଟ ଏବଂ ଭଲ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ଏଭଳି କଣ୍ଟେଣ୍ଟ ଭଲ କାମ କରିଥାଏ।

ଟ୍ୟୁଟୋରିଆଲ ଚ୍ୟାନେଲ: Photoshop, Excel ବା ଅନ୍ୟ କୌଣସି ସ୍କିଲ। ଏଠାରେ କେବଳ ସ୍କ୍ରିନ ଏବଂ ଭଏସ ହିଁ ଆବଶ୍ୟକ।

କିପରି କରିବେ ଆରମ୍ଭ: ଆପଣଙ୍କୁ ଏକ ଭଲ ଟପିକ ବାଛିବାକୁ ପଡିବ। ଏଥିରେ ଏକ ଭଲ ସ୍କ୍ରିପ୍ଟ ଲେଖନ୍ତୁ- ଏଥିରେ ଆପଣ ଚାଟଜିପିଟି ଏବଂ ଏଆଇ ଟୁଲ୍ସର ସାହାଯ୍ୟ ନେଇପାରିବେ। ଏହାପରେ ଆପଣଙ୍କୁ ଭଏସଓଭର କରିବାକୁ ପଡିବ।

ଏହାପରେ Canva, Pexels, Pixabay ଭଳି ୱେବସାଇଟ୍ସର ସାହାଯ୍ୟରେ ଭିଡିଓ କ୍ଲିପ୍ସ, ମ୍ୟୁଜିକ ଏବଂ ଇମେଜେସ ନେଇପାରିବେ। ପ୍ରସ୍ତୁତ କରାଯାଇଥିବା ଭିଡିଓକୁ ..ରେ ଅପଲୋଡ କରନ୍ତୁ ଏବଂ ଭଲ ଥମ୍ବନେଲ ବନାନ୍ତୁ, ଏହା ଦ୍ୱାରା ଲୋକେ ଯେପରି କ୍ଲିକ କରିପାରୁଥିବେ।