ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ, ଶତ୍ରୁ ଆକ୍ରମଣ ପରିସ୍ଥିତିରେ ନିଜର ସୁରକ୍ଷା ପ୍ରସ୍ତୁତି ପରାମର୍ଶ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କଳହ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଦିନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ଅନୁଯାୟୀ, ଅନେକ ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ, ରାଜ୍ୟ ୭ ମେ ୨୦୨୫ରେ ନାଗରିକଙ୍କ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ ଆୟୋଜନ କରିବ। ଏହା ଏଥିପାଇଁ କରାଯାଉଛି କାରଣ, କୌଣସି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କର ସୁରକ୍ଷା କରାଯାଇପାରିବ।
ମକ୍ ଡ୍ରିଲ୍ ସମୟରେ ଏହି କଥା ଉପରେ ଦିଆଯିବ ଧ୍ୟାନ:
-ଏୟାର ଷ୍ଟ୍ରାଇକ ଆଲର୍ଟ ସମୟରେ ସାଇରନ ବାଜିବ।
-ଆକ୍ରମଣ ସମୟରେ ନାଗରିକ, ଛାତ୍ରମାନଙ୍କୁ ନିଜର ସୁରକ୍ଷା ପାଇଁ ଟ୍ରେନିଂ ଦିଆଯିବ।
-ଆକ୍ରମଣ ସମୟରେ ବ୍ଲାକ ଆଉଟ୍ କରିବା।
-ଲୋକମାନଙ୍କ ଦ୍ୱାରା ସ୍ଥାନକୁ ଖାଲି କରିବା ବା ବାହାର କରିବାର ପ୍ଲାନିଂ କରିବା ଏବଂ ତା’ର ଅଭ୍ୟାସ କରିବା।