ଆକାଶ ମାର୍ଗରୁ ପୁଣି ଆକ୍ରମଣ ଆଶଙ୍କା, ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ

ଚଣ୍ଡିଗଡବାସୀଙ୍କୁ ଘରେ ରହିବା ପାଇଁ ପରାମର୍ଶ ।

ନୂଆଦିଲ୍ଲୀ: ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍‌ । ଗତକାଲିର ଘମାଘୋଡ ଆକ୍ରମଣ ପରେ ଆଜି ପୁଣି ଥରେ ଚଣ୍ଡିଗଡରେ ଯୁଦ୍ଧ ସାଇରନ୍ ବାଜିଛି । ଏୟାର ଫୋର୍ସ ଷ୍ଟେସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା ।

ଚଣ୍ଡିଗଡ ଡିସି ପକ୍ଷରୁ କୁହାଯାଇଛି ଯେ, ଆକାଶ ମାର୍ଗରୁ ଆକ୍ରମଣ ନେଇ ଆଶଙ୍କା ରହିଛି । ଯୁଦ୍ଧ ସାଇରନ୍ ବଜାଇ ସମସ୍ତଙ୍କୁ ସଜାଗ କରାଯାଇଛି । ବାଲକୋନିରୁ ଦୂୂରରେ ଅର୍ଥାତ୍ ଘର ଭିତରେ ରହିବା ପାଇଁ କୁହାଯାଇଛି ।

ଆକାଶ ମାର୍ଗରୁ ଆକ୍ରମଣ ଆଶଙ୍କା ରହିଥିବାରୁ ସେନା ମଧ୍ୟ ସଜାଗ ରହିଥିବା କଥା କୁହାଯାଇଛି । ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି ଯେ ଆଜି ଭୋର ୪ଟା ପରେ ପାକିସ୍ତାନ ପୁଣି ଥରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

କିନ୍ତୁ ଏଥର ମଧ୍ୟ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେଗୁଡ଼ିକୁ ନିଷ୍କ୍ରିୟ କରିଦେଇଛି । ରାତିରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା।

ଗତକାଲି ରାତିରେ, ପାକିସ୍ତାନ ନିୟନ୍ତ୍ରଣ ରେଖା (LoC) ଏବଂ ଅନ୍ତର୍ଜାତୀୟ ସୀମାରେ ଅନେକ ସ୍ଥାନରେ ଡ୍ରୋନ୍ ପଠାଇଥିଲା, ଯାହାକୁ ଡ୍ରୋନ୍-ବିରୋଧୀ ଅପରେସନ୍ ଦ୍ୱାରା ପଣ୍ଡ କରାଯାଇଥିଲା। ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାଣକୋଟରେ ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟ୍ଗୁଡ଼ିକ ବଡ଼ ଧରଣର ଡ୍ରୋନ୍ ପ୍ରତି ଅପରେସନ୍ କରିଥିଲେ ଏବଂ 50 ରୁ ଅଧିକ ଡ୍ରୋନ୍ ଖସାଇ ଦେଇଥିଲେ।