ଓଡ଼ିଶାରେ ହାଇଆଲର୍ଟ: ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ବୈଠକ

ଭୁବନେଶ୍ୱର: ପହଲଗାମ୍ ଆତଙ୍କୀ ହମଲା ପରେ ଦେଶରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ଅପରସେନ ସିନ୍ଦୂର ଜରିଆରେ ପାକିସ୍ତାନୀ ଅତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି। ଏହା ପରଠୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଛି।

ତେବେ ଏହାରି ମଧ୍ୟରେ ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ବୈଠକ ଜାରି ହୋଇଥିଲା। ସମୀକ୍ଷା ପରେ ଆଇନ ଶୃଙ୍ଖଳା ଏଡିଜିଙ୍କ ପ୍ରତିକ୍ରିୟା ରହିଛି। ସେ କହିଛନ୍ତି ଯେ, ପୁରା ଓଡ଼ିଶାକୁ ହାଇଆଲର୍ଟରେ ରଖାଯାଇଛି। ସମସ୍ତ ଏସପିଙ୍କୁ କିଛି ଗୁପ୍ତ ତଥ୍ୟ ବି ଦିଆଯାଇଛି।

ପରିସ୍ଥିତି ଅନୁସାରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି। ୧୧ କିମି ଉପକୂଳ ଉପରେ କଡ଼ା ନଜର ମଧ୍ୟ ରହିଛି। ରେଡ ଜୋନରେ ଡ୍ରୋନ ଉଡ଼ିଲେ ଡାଉନ କରିବ ପୋଲିସ। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷାକୁ ଦୁଇ ଗୁଣା କରାଯାଇଛି।