Breaking: ସରିଲା ଯୁଦ୍ଧ! ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି, ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି
ଏକ୍ସରେ ସେୟାର କଲେ ପୋଷ୍ଟ।
ନୂଆଦିଲ୍ଲୀ: ସରିଲା ଯୁଦ୍ଧ! ଟ୍ରମ୍ପଙ୍କ ବଡ଼ ବୟାନ। ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ବୟାନ। ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି। ଏକ୍ସରେ ସୂଚନା ଦେଲେ ଡୋନାଲ୍ଡ ଟ୍ରମ୍ପ। ଭାରତ-ପାକିସ୍ତାନ ଲଢେଇ ମଧ୍ୟରେ ମଧ୍ୟସ୍ଥତା କରୁଥିଲା ଆମେରିକା। ବିଳମ୍ୱିତ ରାତି ଯାଏଁ ହୋଇଥିଲା ଆଲୋଚନା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ସେ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାତିସାରା ଆଲୋଚନା ପରେ ଉଭୟ ଦେଶ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।
ସେ ଉଭୟ ଦେଶକୁ ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ତଥାପି, ଏହାକୁ ଏପର୍ଯ୍ୟନ୍ତ ଭାରତ କିମ୍ବା ପାକିସ୍ତାନ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ।