ଛୋଟ-ଛୋଟ ସଞ୍ଚୟରେ ନିଜ ପାଇଁ ପ୍ରସ୍ତୁତ କରନ୍ତୁ Emergency Fund, ଜାଣନ୍ତୁ Savingsର ଉପାୟ
ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ନିଜ ଇମରଜେନ୍ସି ଫଣ୍ଡ
ନୂଆଦିଲ୍ଲୀ: ଲୋକେ ନିଜ ପାଖରେ କିଛି ଟଙ୍କା ସଞ୍ଚୟ କରି ରଖନ୍ତି । ଯାହା ଚିକିତ୍ସା, ପିଲାଙ୍କ ପାଠପଢା, ଏବଂ ଅନ୍ୟାନ୍ୟ ଖର୍ଚ୍ଚରେ ସାହାଯ୍ୟ କରିଥାଏ । ଏଥିପାଇଁ ଲୋକେ ଫଣ୍ଡ ପ୍ରସ୍ତୁତ କରି ରଖନ୍ତି । ହେଲେ ଜୀବନରେ ଅନେକ ଥର ଏପରି ପରିସ୍ଥିତି ଆସିଥାଏ, ଯେଉଁଠାରେ ଅଚାନକ ଅଧିକ ଟଙ୍କାର ଆବଶ୍ୟକତା ପଡିଯାଏ ।
ଜରୁରୀକାଳୀନ ପରିସ୍ଥିତି ପାଇଁ ଲୋକଙ୍କ ପାଖରେ ଏତେ ପରିମାଣରେ ଟଙ୍କା ନଥାଏ । ଏହା ଚିନ୍ତାର କାରଣ ସାଜିଥାଏ । ତେଣୁ ସବୁ ଲୋକଙ୍କ ପାଖରେ ଏକ ଇମର୍ଜେନ୍ସି ଫଣ୍ଡ ରହିବା ନିହାତି ଆବଶ୍ୟକ । ଯାହାକି ଅସୁବିଧା ସମୟରେ ଆବଶ୍ୟକ ପଡିଥାଏ ।
ଏକ୍ସପର୍ଟଙ୍କ ଅନୁଯାୟୀ, ସମସ୍ତେ ନିଜ ପାଖେ ୬ ମାସର ଖର୍ଚ୍ଚ ରଖିବା ଆବଶ୍ୟକ । ଏହା ଆପଣଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିଥାଏ । ଆପଣଙ୍କ ମାସିକ ଖର୍ଚ୍ଚରୁ ଯେଉଁ ଟଙ୍କା ବଳୁଛି ଆପଣ ଏହାକୁ ଇମର୍ଜେନ୍ସି ଫଣ୍ଡରେ ପକାଇଦିଅନ୍ତୁ । ଏହା ବ୍ୟତୀତ ଆପଣ ଦରମାରେ ଏକ ନିଶ୍ଚିତ ଅଂଶ ଧାର୍ଯ୍ୟ କରି ପ୍ରତି ମାସରେ ଇମରଜେନ୍ସ ଫଣ୍ଡରେ ପକାଇପାରିବେ ।
ଅଚାନକ ଆପଣଙ୍କ ପାଖକୁ ବହୁତ ଟଙ୍କା ଆସିଯାଇଥାଏ । ଯେପରିକି ବୋନୋସ ମିଳିବା ବା ଟ୍ୟାକ୍ସ ରିଫଣ୍ଡ ମିଳିବା । ଏହି ଭଳି ଟଙ୍କାକୁ ଆପଣ ଇମରଜେନ୍ସି ଫଣ୍ଡରେ ଜମା କରିପାରିବେ । ଅର୍ଥାତ ଯଦି କୌଣସି ମାସରେ ଆପଣଙ୍କ ପାଖକୁ ଇମରଜେନ୍ସି ଫଣ୍ଡରେ ଜମା କରିବା ଲାଗି ଟଙ୍କା ନାହିଁ, ତେବେ ଆପଣଙ୍କ ଇମରଜେନ୍ସି ଫଣ୍ଡ ପ୍ରଭାବିତ ହେବ ନାହିଁ ଏବଂ ଏହା ଲଗାତାର ବଢିବ ।
ଇମରଜେନ୍ସି ଫଣ୍ଡ ଭାବେ ଆପଣ ମ୍ୟୁଚୁଆଲ ଫଣ୍ଡସରେ ନିବେଶ କରିପାରିବେ । ଆପଣ ଏଫଡି ମଧ୍ୟ କରିପାରିବେ । ଏହା ବ୍ୟତୀତ ଆପଣ କୌଣସି ସେଭିଙ୍ଗସ ସ୍କିମରେ ମଧ୍ୟ ନିବେଶ କରିପାରିବେ । ହେଲେ ଏହି କଥାର ଖାସ୍ ଧ୍ୟାନ ରଖି ଟଙ୍କା ଏପରି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଆବଶ୍ୟକ ପଡିବାରେ ତୁରନ୍ତୁ ବାହାର କରିପାରିବେ ।