ରାଜ୍ୟରେ ଅସମ୍ଭାଳ ତାତି: ଭୀଷଣ ଗରମ ଓ ଗୁଳୁଗୁଳିକୁ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତତଲା କଡେଇରେ କଲବଲ ସିଝୁଛି ସାରା ରାଜ୍ୟ। ୧୬ ସହରର ଅସମ୍ଭାଳ ତାତି। ୧୬ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଏନେଇ ସତର୍କ କରାଇଛି। ତେବେ, ଆସନ୍ତୁ ଜାଣିବା ଆଜି ରାଜ୍ୟରେ ପାଣ କିଭଳି ରହିବ। କେଉଁ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ରହିବ ଆଉ କେଉଁ ସ୍ଥାନରେ କାଳବୈଶାଖି ବର୍ଷା ନେଇ ସତର୍କତା ଜାରି ହୋଇଛି।

ଗତକାଲି, ଭଦ୍ରକ,ମୟୂରଭଂଜ, ଗଜପତି, ଗଂଜାମ, କେନ୍ଦୁଝରରେ କାଳବୈଶାଖି ବର୍ଷା ଓ ବଜ୍ରପାତ ହୋଇଛି। ଆଜି ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଜପତି ଓ ମୟୂରଭଂଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ରହିଛି।

ସେହିପରି, କୋରାପୁଟ୍, ରାୟଗଡା, ଗଜପତି, ଗଂଜାମ, ଝାରସୁଗୁଡା, ମାଲକାନଗିରି ଓ ମୟୂରଭଂଜ ଜିଲ୍ଲାରେ ଗୋଟିଏ ଦୁଇଟି କାଳବୈଶାଖି ନେଇ ବର୍ଷା ନେଇ ସତର୍କତା ଜାରି ହୋଇଛି। ବିଜୁଳି ଘଡ଼ଘଡି ହେବାର ଆଶଙ୍କା ରହିଛି। ଏହାସହ ୩୦ ରୁ ୪୦ କିମି ବେଗରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି, ଆସନ୍ତାକାଲି,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ,ଗଜପତି, ମୟୂରଭଂଜ,କେନ୍ଦୁଝର, ଢେଙ୍କାନାଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାର ଆଶଙ୍କା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

୧୫ ଓ ୧୬ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ଆଶଙ୍କା ରହିଛି। ଏହାସହ ୧୫ ରୁ ୧୮ ଯାଏଁ କିଛି ସ୍ଥାନରେ କାଳବୈଶାଖି ବର୍ଷା ହେବାର ଆଶଙ୍କା ରହିଛି।

ସେହିପରି, ଆଜି ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଆଣ୍ତାମାନ ନିକୋବର ଛୁଇଁପାରେ ବୋଲି ଆକଳନ କରିଛନ୍ତି ପାଣିପାହ ବିଜ୍ଞାନୀ। ୨୪ ଘଣ୍ଟାରେ ନିକୋବର ଦ୍ବୀପପୁଞ୍ଜରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ଆଗକୁ ବର୍ଷାର ପରିମାଣ ବଢିବ। ପରବର୍ତ୍ତୀ ୪ ରୁ ୫ ଦିନରେ ଦକ୍ଷିଣ ଆରବ ସାଗରର କିଛି ଅଂଚଳ ଓ ସମ୍ପୁର୍ଣ୍ଣ ଆଣ୍ତାମାନ ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।