ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ ଘଟିଲା। ଆଜି ପ୍ରକାଶ ପାଇବ ସିବିଏସଇ ରେଜଲ୍ଟ। cbse.gov.in, cbseresults.nic.in ଏହି ଲିଙ୍କକୁ ଯାଇ ପରୀକ୍ଷା ଫଳ ଦେଖିପାରିବେ ପରୀକ୍ଷାର୍ଥୀ। ଏଥିସହ results.cbse.nic.in ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ।
ଡିଜିଲକର ଓ ଉମଙ୍ଗ, ଆଇଭିଆରଏସ ଓ ଏସଏମଏସରେ ରେଜଲ୍ଟ ଉପଲବ୍ଧ ରହିବ। ଚଳିତ ବର୍ଷ ଦଶମ ଓ ଦ୍ୱାଦଶରେ ୪୨ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି। ଦଶମରେ ୨୪ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ଦ୍ୱାଦଶରେ ୧୭ ଲକ୍ଷ ୮୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଫେବୃଆରୀ ୧୫ରୁ ଏପ୍ରିଲ ୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା।