Ceasefire ପରେ ଅଦାନୀ-ଅମ୍ବାନୀ ହୋଇଗଲେ ମାଲାମାଲ, ଗୋଟିଏ ଦିନରେ ରୋଜଗାର କଲେ ୧୦୦୦ କୋଟି ଡଲାର
ସୋମବାର ଦିନ ବଢିଗଲା ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କ ସଂପତ୍ତି
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଜଫାୟର ହେବା ପରେ ସୋମବାର ଦିନ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୩.୭୪% ବା ୨୯୭୫.୪୩ ବୃଦ୍ଧିଘଟି ୮୨,୪୨୯.୯୦ ରେ ବନ୍ଦ ହୋଇଥିଲା।
ଦିନରେ ୩୦୦୦ ଅଙ୍କରୁ ଅଧିକ ଉପରେ ଥିଲା। ନିଫ୍ଟି ମଧ୍ୟ ସାନଦାର ପ୍ରଦର୍ଶନ କରିଛି ଏବଂ ୯୧୬.୭୦ ଅର୍ଥାତ ୩.୮୨% ବୃଦ୍ଧି ସହ ୨୪ ,୯୨୪.୭୦ ଅଙ୍କ ସ୍ତରରେ ବନ୍ଦ ହୋଇଥିଲା।
ଇଣ୍ଡେକ୍ସ ମୁତାବକ, ସୋମବାରଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ୪.୪୨ ବିଲିୟନ ଡଲାର ଅର୍ଥାତ ପାଖାପାଖି ୪୪୨ କୋଟି ଡଲାରର ବୃଦ୍ଧି ଘଟିଛି, ଯେଉଁଥିରେ ଅଦାନୀ ଗ୍ରୁପର ଫାଉଣ୍ଡର ଏବଂ ଚେୟାରମ୍ୟାନ ଗୌତମ ଅଦାନୀଙ୍କ ନେଟୱର୍ଥ ଗୋଟିଏ ଦିନରେ ୫.୩୧ ବିଲିୟନ ଡଲାର ଅର୍ଥାତ ୫୩୧ କୋଟି ଡଲାର ବୃଦ୍ଧି ଘଟିଛି।
ଏଥିସହ ଗୌତମ ଅଦାନୀ ଦୁନିଆର ସବୁଠୁ ଧନୀଙ୍କ ତାଲିକାରେ ୨୦ ନମ୍ବର ସ୍ଥାନରେ ସାମିଲ ହୋଇଯାଇଛନ୍ତି। ସୋମବାର ଦିନ ଭାରତୀୟ ସେୟାର ବଜାରରେ ହାରାହାରି ୪ ବର୍ଷର ସବୁଠୁ ବୃଦ୍ଧି ଦେଖିବାକୁ ମିଳିଛି। ନିବେଶକଙ୍କର ଗୋଟିଏ ଦିନରେ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରୋଜଗାର ହୋଇଛି।