ଓଡିଶା ଭାସ୍କର: କଣ ଆପଣ ଜଣେ BSNL ଉପଭୋକ୍ତା କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆପଣ ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଅନେକ ଲାଭ ପାଇ ପାରିବେ। ଏହା ସହିତ, ଅନଲିମିଟେଡ଼ କଲ ଏବଂ ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ ।
ଆଜିକା ସମୟରେ ଫୋନର ଆବଶ୍ୟକତା ବହୁତ ଅଧିକ। ଫୋନ ନଥିଲେ ଯେମିତି କୁଆଡେ ଯିବା ଆସିବା କରିବା ଅସମ୍ଭବ। ସେଥିପାଇଁ ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଅଫର ଲଞ୍ଚ କରିଛି।
ଏହି ନୂଆ ଅଫରରେ କମ୍ପାନୀ ଗୋଟିଏ ରିଚାର୍ଜ ଯୋଜନାରେ ଉପଭୋକ୍ତାମାନଙ୍କୁ ଦୀର୍ଘ ଭ୍ୟାଲିଡିଟି ପ୍ରଦାନ କରୁଛି। BSNL ଏହାର ୧୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ୩୬୫ ଦିନରୁ ୩୮୦ ଦିନକୁ ବୃଦ୍ଧି କରିଛି। ତେବେ ଆପଣ ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଅନେକ ଲାଭ ପାଇ ପାରିବେ ଏବଂ ତା ସହିତ ଅନଲିମିଟେଡ଼ କଲ, ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ। ଏହା ବ୍ୟତୀତ, ଆପଣଙ୍କୁ ସମ୍ପୂର୍ଣ୍ଣ ୩୮୦ ଦିନ ପାଇଁ ୧.୫GB ଡାଟା ମଧ୍ୟ ମିଳିବ।
BSNLର ଏହି ଅଫରର ଲାଭ ଉଠାଇବା ପାଇଁ, ଉପଭୋକ୍ତାମାନଙ୍କୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ। ନଚେତ୍ ଉପଭୋକ୍ତାମାନେ BSNL ମୋବାଇଲ୍ ଆପ୍ ରୁ ମଧ୍ୟ ଏହି ରିଚାର୍ଜ ପ୍ଲାନ୍ କିଣିପାରିବେ, କିନ୍ତୁ ମନେରଖନ୍ତୁ ଯେ ଏହି ଅଫର୍ କେବଳ ଆସନ୍ତା କଲି ପର୍ଯ୍ୟନ୍ତ ଅଛି। ତେଣୁ ବିଳମ୍ବ କରନ୍ତୁ ନାହିଁ, ଆଗକୁ ବଢ଼ନ୍ତୁ ଏବଂ ଏବେ ହିଁ ଏହି ଅଫରର ଲାଭ ଉଠାନ୍ତୁ।