‘ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ ପାକିସ୍ତାନ’: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଯବାନଙ୍କ ମନୋବଳ ବଢାଇଲେ ରାଜନାଥ ସିଂ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଶ୍ରୀନଗର ସେନା ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥଙ୍କ ସହ ଅଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ଓ ସ୍ଥଳସେନା ମୁଖ୍ୟ। ଅପରେସନ ସିନ୍ଦୂରରେ ସାମିଲ ଥିବା ଯବାନଙ୍କୁ ସେ ଭେଟିଛନ୍ତି।

ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ସମ୍ବୋଧନ ଜଣାଇଛନ୍ତି। ସହିଦ ଯବାନ ଓ ପ୍ରାଣ ହରାଇଥିବା ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ଏଠି ଆସି ନିଜକୁ ଗର୍ବ ଅନୁଭବ କରୁଛି। ଅପରେସନ ସିନ୍ଦୂରରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ। ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି।

ସେ କହିଛନ୍ତି ଯେ, ସୀମା ପାର ପାକିସ୍ତାନ ବଙ୍କରକୁ ଆପଣ ଯେଉଁଭଳି ଧ୍ୱଂସ କଲେ ସେ ଭୁଲିପାରିବନି। ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି। ସନ୍ଦେଶ ହେଉଛି, ଦେଶବାସୀ ଆପଣଙ୍କ ଉପରେ ଗର୍ବିତ। ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ।

ସେ ଆହୁରି କହିଛନ୍ତି ଯେ, ଭାରତର ସାରା ବିଶ୍ୱକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ କରାଯିବନି ବରଦାସ୍ତ। ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ। ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ। ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିପାରିବନି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଯଦି କଥାବାର୍ତ୍ତା ହେବ କେବଳ POKକୁ ନେଇ।