ପୁଣି ଉଠିଲା ପ୍ରଶ୍ନ, ସୋଫିଆଙ୍କ ବିରୋଧରେ କଡ଼ା ମନ୍ତବ୍ୟ, କାହିଁକି ଏବେ ଯାଏଁ ଚୁପ ବିଜେପି ?
କେବେ ବିଜେପିର ବିଜୟ ଶାହଙ୍କ ଉପରେ ନିଆଯିବ କାର୍ଯ଼୍ୟାନୁଷ୍ଠାନ?
ନୂଆଦିଲ୍ଲୀ: ଗତ କିଛିଦିନ ହେବ କର୍ଣ୍ଣେଲ ସୋଫିଆ କୁରେସିଙ୍କ କଥା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୟ ଶାହ ତାଙ୍କୁ ନେଇ ଦେଇଥିବା ମନ୍ତବ୍ୟ କାହାକୁ ବା ନଜଣା। ତେବେ ଏହାକୁ ନେଇ ରାଜନୀତି ମଧ୍ୟ ବେଶ ଜୋର ଧରିଛି।
ଏହାରି ମଧ୍ୟରେ କଥା ଉଠିଛି ଯ଼େ , ମନ୍ତ୍ରୀ ବିଜୟ ଶାହ ଏତେ ବଡ ମନ୍ତବ୍ୟ ଦେଲାପରେ ମଧ୍ୟ BJP କଣ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ।
କିଏ ବିଜୟ ଶାହ: ବିଜୟ ଶାହ ମଧ୍ୟପ୍ରଦେଶର ପଛୁଆବର୍ଗରୁ ଆସିଥିବାରୁ ତାଙ୍କୁ ସେଠାକାର ପ୍ରତିନିଧି ଭାବେ ମନ୍ତ୍ରୀ କରାଯାଇଥିଲା। ଯେଉଁଠି ରାଜ୍ୟର ଜନସଂଖ୍ୟାର ପ୍ରାୟ 8ପ୍ରତିଶତ ହେଉଛନ୍ତି ପଛୁଆ ଜନଜାତି।
ଏଠାକାର ଭୋଟରମାନେ 84ଟି ବିଧାନସଭା ଆସନକୁ ପ୍ରଭାବିତ କରିଥାନ୍ତି। ମଧ୍ୟପ୍ରଦେଶରେ ଆଦିବାସୀଙ୍କ ମୋଟ ଜନସଂଖ୍ୟା ୨୨ ପ୍ରତିଶତ। ଏଥିମଧ୍ୟରୁ ପଛୁଆବର୍ଗର ଆଦିବାସୀଙ୍କ ଜନସଂଖ୍ୟା ୩୫ ପ୍ରତିଶତ। ମଧ୍ୟପ୍ରଦେଶରେ ପଛୁଆ ବର୍ଗର ଜନଜାତିର ଜନସଂଖ୍ୟା 50 ଲକ୍ଷରୁ ଅଧିକ।
ପଛୁଆ ବର୍ଗର ଜନଜାତି ମଧ୍ୟପ୍ରଦେଶର ଚିଣ୍ଡୱାରା, ବେତୁଲ, ନର୍ମଦାପୁରମ୍, ନରସିଂହପୁର, ସେଓନି, ଜବଲପୁର, ମଣ୍ଡେଲା, ବାଲାଘାଟ, ଡିଣ୍ଡୋରି, ଉମରିଆ ଏବଂ ଶାହଦୋଲ ଜିଲ୍ଲାରେ ରହିଛନ୍ତି।
ବିବାଦୀୟ ମନ୍ତବ୍ୟ: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ମନ୍ତ୍ରୀ ବିଜୟ ଶାହ ଦେଇଥିବା ବିବାଦୀୟ ବୟାନ ରାଜନୈତିକ ଏବଂ ଆଇନଗତ ମହଲରେ ହଇଚଇ ସୃଷ୍ଟି କରିଛି। ଶାହ ମେ ୧୧ ତାରିଖରେ ମଂହୋରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।
ଯାହା ତାଙ୍କ ବିରୁଦ୍ଧରେ ନିଆଯାଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନର କାରଣ। ଏହି ବୟାନ ପରେ କଂଗ୍ରେସ ଶାହଙ୍କ ବିରୁଦ୍ଧରେ ଏକ ଏଫଆଇଆର ଦେଇଥିଲା ଏବଂ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଥିଲା।
୧୫ ମେ ରେ, ମଧ୍ୟପ୍ରଦେଶ ହାଇକୋର୍ଟ ଏହି ମାମଲାରେ ଶାହଙ୍କୁ କ୍ଷମା ମାଗିବାକୁ କହିଥିଲେ। ପରେ ଶାହ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ତାଙ୍କ କଥାର ଭୁଲ ବ୍ୟାଖ୍ୟା କରାଯାଇଛି।
ବିଜୟ ଶାହ ପଛୁଆ ବର୍ଗରୁ ଆସିଥିବାରୁ ଦଳ ତାଙ୍କୁ ହଟାଇବା ପାଇଁ ସଂକୋଚ କରୁଛି ।
ଶାହଙ୍କ ବୟାନ ପରେ କଂଗ୍ରେସ ଏକ ଏଫଆଇଆର ଦେଇ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲା। କାଳେ ବହିଷ୍କାର କରିଦେଲେ ପଛୁଆ ବର୍ଗ ଲୋକଙ୍କ ଭୋଟ କୁ ନେଇ କିଛି ପ୍ରଭାବ ପଡିବ ସେଥିପାଇଁ BJP ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣ ପଡିଛି।