ନୂଆଦିଲ୍ଲୀ: UPIରେ ଲୋକେ ଗୋଟିଏ ସେକେଣ୍ଡରେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିପାରିବେ। ହେଲେ କେତେକ ସମୟରେ UPIର ଏକ ବଡ଼ ସମସ୍ୟା ହେଉଛି ଯେ, ଶୀଘ୍ର ଟଙ୍କା ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଯାଏ।
ଯଦି ଆପଣ କେବେ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ତେବେ ଏବେ ଏପରି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହେବାକୁ ଯାଉଛି। ଭୁଲ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ହେବାର ସମସ୍ୟାକୁ ସମାପ୍ତ କରିବା ପାଇଁ, NPCI ଦ୍ୱାରା ଏବେ ଏକ ବଡ଼ ପଦକ୍ଷେପ ନିଆଯାଇଛି।
ଏଥିପାଇଁ NPCI ଏକ ନୂତନ ନିୟମ ଲାଗୁ କରିଛି। NPCIର ନୂଆ ଫିଚର ଆପଣଙ୍କ କଠିନ ପରିଶ୍ରମରେ ଅର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଏହି ବିଷୟରେ..
NPCIର ନୂଆ ନିୟମ:
NPCI କୋଟି କୋଟି UPI ଉପଭୋକ୍ତାଙ୍କ ବଡ଼ ଟେନସନକୁ ଦୂର କରିଛି। NPCIର ନୂତନ ଫିଚର ପରେ, ଭୁଲରେ ମଧ୍ୟ ଆପଣଙ୍କ ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇପାରିବ ନାହିଁ।
ଏନପିସିଆଇର ନୂଆ ନିୟମ ଅନୁଯାୟୀ, ଯେତେବେଳେ କୌଣସି ବ୍ୟକ୍ତି ୟୁପିଆଇ ମାଧ୍ୟମରେ କାହାକୁ ପେମେଣ୍ଟ କରିବେ, ସେତେବେଳେ ସେଣ୍ଡରଙ୍କ ଫୋନରେ ସେହି ନାମ ଦେଖାଇବ, ଯାହା ତାଙ୍କ ବ୍ୟାଙ୍କର କୋର ବ୍ୟାଙ୍କିଂ ସିଷ୍ଟମରେ ଲଗାଯାଇଥିବ।
ସରଳ ଭାଷାରେ କହିବାକୁ ଗଲେ, ବର୍ତ୍ତମାନ ଆପଣଙ୍କ ଫୋନରେ ସେଭ୍ ହୋଇଥିବା ନାମା ଆଧାରରେ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ। ବର୍ତ୍ତମା ଆପଣଙ୍କୁ ସେହି ୟୁଜର୍ସଙ୍କ ବ୍ୟାଙ୍କ ରେକର୍ଡରେ ଲେଖାଯାଇଥିବା ଅସଲି ନାମ ଡିସ୍ପ୍ଲେରେ ଦେଖାଦେବ। ଏହି ସୁବିଧାରେ ଆପଣ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ହିଁ ଜାଣିପାରିବେ ଯେ, ଟଙ୍କା ସେହି ବ୍ୟକ୍ତିକୁ ପଠାଉଛନ୍ତି, ଯାହାକୁ ଆପଣ ପଠାଇବାକୁ ଚାହୁଁଛନ୍ତି।