ଭୁବନେଶ୍ୱର: ଏକ ବଡ଼ ଖବର। ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଶାଖା ଖୋଲିବ। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।
ଭିଏସଏସ ନଗରରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ଏଠାରେ ଜଣେ ଏସପି ପାହ୍ୟାର ଅଧିକାରୀ ମୁଖ୍ୟ ରହିବେ।
ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା, ଯାହା ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା।
ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା। ଏନଆଇଏ ମଧ୍ୟ ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ।
ଜାତୀୟ ତଦନ୍ତ ସଂସ୍ଥା)ର ସାରା ଭାରତରେ ୧୯ଟି ଶାଖା କାର୍ଯ୍ୟାଳୟ ଅଛି। ଏନଆଇଏ ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ। ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦ ବିପଦକୁ ମୁକାବିଲା କରିବା ପାଇଁ ଏହି ଶାଖା କାର୍ଯ୍ୟାଳୟଗୁଡ଼ିକ ରଣନୀତିକ ଭାବରେ ଅବସ୍ଥିତ।
ହାଇଦ୍ରାବାଦ, ଗୌହାଟୀ, କୋଚି, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ରାୟପୁର, ଜମ୍ମୁ, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ, ପାଟନା, ଜୟପୁର, ଭୋପାଳ ଏବଂ ଅହମ୍ମଦାବାଦ ଏନଆଇଏ ଶାଖା କାର୍ଯ୍ୟାଳୟ ରହିଛି। ଏବେ ଏନଆଇଏ ଶାଖା କାର୍ଯ୍ୟାଳୟ ଭୁବନେଶ୍ଵରରେ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।