ଲଞ୍ଚ୍ ହେଲା ହୋଣ୍ଡା ରିବେଲ-500, ହାର୍ଲି-ଡେଭିଡସନକୁ ଦେବ ଟକ୍କର

ଭାରତରେ ଲଞ୍ଚ୍ ହେଲା Honda Rebel 500 ବାଇକ୍ । ଏହି କ୍ରୁଜର ବାଇକ୍ କେବଳ ଦେଶର କିଛି ସହରରେ ମିଳିବ । ତେବେ ଜାଣନ୍ତୁ ଏହାର ମୂଲ୍ୟ କେତେ ରହିବ ଏବଂ ଏଥିରେ କଣ କଣ ସବୁ ଫିଚର୍ସ ସବୁ ରହିଛି ।

ନୂଆଦିଲ୍ଲୀ: ଭାରତରେ ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଲଞ୍ଚ କଲା ତାର ନୂଆଁ କ୍ରୁଜର ବାଇକ ରିବେଲ 500 । ଏହି ଷ୍ଟାଇଲିସ୍ ଏବଂ ପାୱାରଫୁଲ୍ ବାଇକ୍‌ର ବୁକିଂ କିଛି ବିଗୱିଙ୍ଗ ଟପଲାଇନ୍ (BigWing Topline ) ଡିଲରସିପ୍‌ଗୁଡ଼ିକରେ ଆରମ୍ଭ ହୋଇସାରିଛି ।

ହୋଣ୍ଡା ରିବେଲ୍ 500ରେ 471cc ର ଲିକ୍ବିଡ କୁଲ୍ଡ,, ଇନଲାଇନ୍-2 ଇଞ୍ଜିନ୍ ଲାଗିଛି, ଯାହା 46 ଏଚପି ଏବଂ 43.3 ଏନଏମ ଟର୍କ ବିଶିଷ୍ଟ । ଏହି ଇଞ୍ଜିନ ସହିତ ଏକ 6-ସ୍ପିଡ୍ ଗିଅରବକ୍ସ ଯୋଡାଯାଇଛି।

ଏହା ସହିତ, ଏଥିରେ ଏକ 16-ଇଞ୍ଚର ହ୍ବିଲ ବେସ୍ ଦିଆଯାଇଛି। ଏହାର ସିଟ୍ ଉଚ୍ଚତା 690mm, ଯାହା ଆରୋହୀଙ୍କ ପାଇଁ ଆରାମଦାୟକ ହେବ। କିନ୍ତୁ ଏହାର ୧୧.୨-ଲିଟର ବିଶିଷ୍ଟ ଇନ୍ଧନ ବା ଫୁଏଲ ଟାଙ୍କି ବାଇକ୍‌ର ଆକାର ତୁଳନାରେ ଟିକେ ଛୋଟ।

କମ୍ପାନୀ Rebel 500 ବାଇକ୍ ଲଞ୍ଚ କରିଛି ସତ, କିନ୍ତୁ ଏହା ଏବେ ପର୍ଯ୍ୟନ୍ତ ସବୁଠାରେ ଉପଲବ୍ଧ ହେବ ନାହିଁ। ଏହି ମୋଟର ସାଇକେଲଟି କେବଳ ଗୁରୁଗ୍ରାମ, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ କିଣାଯାଇପାରିବ। ଏହାର ଡେଲିଭରି ଜୁନ୍ 2025 ରୁ ଆରମ୍ଭ ହେବ।

ବାଇକ୍‌ଟି ଗୋଟିଏ ରଙ୍ଗରେ ଉପଲବ୍ଧ ହେଉଛି। ମ୍ୟାଟ୍‌ ଗନପାଉଡର ବ୍ଲାକ ମେଟାଲିକ କଲରରେ ଏହା ବଜାରକୁ ଆସିଛି । ଗୁରୁଗ୍ରାମ ଏବଂ ହରିୟାଣାରେ ଏହି ବାଇକ୍‌ର ପ୍ରାରମ୍ଭିକ ମୂଲ୍ୟ 5.12 ଲକ୍ଷ ଟଙ୍କା ରଖାଯାଇଛି।