ରେଳଧାରଣାରେ ବନ୍ଧା ଥିଲା କାଠ ଫାଳିଆ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍
ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ରେଳଧାରଣାରେ କାଠ ଫାଳିଆ ବାନ୍ଧିଥିଲା ଦୁର୍ବୃତ୍ତ। ହେଲେ ଏମରଜେନ୍ସି ବ୍ରେକ୍ ମାରି ଟ୍ରେନ୍ ଅଟକାଇଲେ ଲୋକୋ ପାଇଲଟ୍ । ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଘଟଣା ।
ଉତ୍ତରପ୍ରଦେଶ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ୍ । ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ରେଳଧାରଣାରେ କାଠ ଫାଳିଆ ବାନ୍ଧିଥିଲା ଦୁର୍ବୃତ୍ତ। ହେଲେ ଏମରଜେନ୍ସି ବ୍ରେକ୍ ମାରି ଟ୍ରେନ୍ ଅଟକାଇଲେ ଲୋକୋ ପାଇଲଟ୍ ।
ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜଧାନୀ ଏକ୍ସପ୍ରେସ ସମେତ ୨ଟି ଯାତ୍ରୀବାହୀ ଟ୍ରେନ। ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଘଟଣା ।
ପ୍ରକାଶଥାଉକି, ସୋମବାର ସନ୍ଧ୍ୟାରେ ଧଲେନନଗର ଏବଂ ଉମରତାଲି ଷ୍ଟେସନ ମଧ୍ୟଭାଗ ରେଳ ଧାରଣାରେ କାଠଫାଳିଆ ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ସେହି ରୁଟ୍ରେ ଆସୁଥିବା ରାଜଧାନୀ ଏକ୍ସପ୍ରେସର ଲୋକୋ ପାଇଲଟ୍ ଏହା ଦେଖି ଜରୁରିକାଳୀନ ବ୍ରେକ୍ ଲଗାଇ ଟ୍ରେନକୁ ଅଟକାଇଥିଲେ। ନିଜେ ଟ୍ରେନରୁ ଓହ୍ଲାଇ ଧାରଣାରୁ କାଠ ଫାଳିଆ ହଟାଇଥିଲେ। ଏବଂ ପରେ ସେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ।