ବଲିଉଡରେ କୋଭିଡ-19 :ଦେଶରେ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି କରୋନା

ପୁଣି ମୁଣ୍ଡ ଟେକିଲାଣି କରୋନା ସଂକ୍ରମଣ। ସତର୍କ ରହିବ ଆବଶ୍ୟକ ।

ନୂଆଦିଲ୍ଲୀ: ଗତ ଗୋଟିଏ ମାସରେ, ସିଙ୍ଗାପୁର-ହଂକଂ ଏବଂ ଚୀନ୍ ସମେତ ଅନେକ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏବେ ବିଗ୍ ବସ୍ ଫେମ୍ ଶିଳ୍ପା ଶିରୋଡକର ମଧ୍ୟ କୋଭିଡ୍‌ର ଶିକାର ହୋଇଥିବା ଜଣାପଡ଼ିଛି।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖିଛନ୍ତି, “ନମସ୍କାର ବନ୍ଧୁଗଣ! ମୋର କୋଭିଡ୍ ପଜିଟିଭ୍ ଆସିଛି। ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। ବି. ଟାଉନର କଳାକାର ଚୁମ୍ ଡାରଙ୍ଗ, ସୋନାକ୍ଷୀ ସିହ୍ନା ପ୍ରମୁଖ କଳାକାର ଶିଳ୍ପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଶିଳ୍ପା ଏପରି ଏକ ସମୟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ଯେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍ ମାମଲା ବୃଦ୍ଧି ଉପରେ କଡ଼ା ନଜର ରଖିଛନ୍ତି, ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ବୃଦ୍ଧି ପାଉଥିବା କରୋନା ମାମଲା ଚିନ୍ତାଜନକ।

ବର୍ତ୍ତମାନ, ସିଙ୍ଗାପୁର ଏକ ନୂତନ ହଟସ୍ପଟ୍ ଭାବରେ ଉଭା ହୋଇଛି, ଯେଉଁଠାରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସଂକ୍ରମଣ ମାମଲା 28 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଚୀନ୍‌ରୁ ଆସୁଥିବା ସୂଚନାରୁ ଏହା ମଧ୍ୟ ଜଣାପଡିଛି ଯେ ଗତ ଗୋଟିଏ ମାସରେ ଏଠାରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇଛି।

ଭାରତରେ କରୋନା ସ୍ଥିତି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ସେୟାର କରାଯାଇଥିବା ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ୨୫୭ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି। ମହାମାରୀ ଆରମ୍ଭ ହେବା ପରଠାରୁ, ୪୫ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିରୁ ୫.୩୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଏପର୍ଯ୍ୟନ୍ତ, 220 କୋଟି ଲୋକଙ୍କୁ (ଦୁଇ-ତିନି ଡୋଜ୍ ସହିତ) କରୋନାକୁ ରୋକିବା ପାଇଁ ଟୀକାକରଣ କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଆଜିକାଲି ଅନେକ ଏସୀୟ ଦେଶ କରୋନା ମାମଲା ବୃଦ୍ଧି ପାଇବା ଯୋଗୁଁ ସତର୍କ ଅଛନ୍ତି, ତେଣୁ ଭାରତରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଉଛି।