ସରକାର ନିର୍ଦ୍ଦେଶକୁ ଫୁ, ଭତ୍ତା ପାଇଁ କାଦୁଅରେ ଘୁଷୁରିଲେ 80 ବର୍ଷୀୟ ବୃଦ୍ଧ

କେନ୍ଦ୍ରାପଡ଼ାରୁ ସାମ୍ନାକୁ ଆସିଛି ଭତ୍ତା ଯନ୍ତ୍ରଣା ।

ଭୁବନେଶ୍ବର: ସରକାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଯୋଜନା ଆପଣାଇବା ସହିତ ଭତ୍ତା ମଧ୍ୟ ଦେଉଛନ୍ତି । ତେବେ ଏହି ଭତ୍ତା ପାଇବା ପାଇଁ ଲୋକେ କେତେ ପ୍ରକାର କଷ୍ଟ ସହୁଛନ୍ତି ସେହି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ନିୟମକୁ ଫୁ-  ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳକୁ ଯିବାକୁ ସକ୍ଷମ ନହେଲେ ପଞ୍ଚାୟତ କର୍ମଚାରୀ ଘରକୁ ଯାଇ ଭତ୍ତା ଦେଇ ଆସିବା ନେଇ ନିୟମ ରହିଛି । ଏହି ଏହି ନିମୟକୁ କେହି ମାନୁ ନାହାନ୍ତି । ନିମ ଲାଗୁ କରାଗଲେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

କାଦୁଅରେ ଘୁଷୁଡିଲେ- ଆଜି ମଧ୍ୟ ଭତ୍ତା ଖଣ୍ଡ ପାଇଁ ବୃଦ୍ଧା ବୃଦ୍ଧ ରାସ୍ତାରେ ଘୁଷୁଡି ଘୁଷୁଡି ଯାଉଥିବାର ଚିତ୍ର ସାମ୍ନାକୁ ଆସିଛି । କେନ୍ଦ୍ରାପଡା ଜିଲ୍ଲା ସଦର ବ୍ଲକ ଅଧୀନ କୋରା ପଞ୍ଚାୟତରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଭତ୍ତା ଟଙ୍କା ପାଇଁ ଜଣେ 80 ବର୍ଷାୟ ବୃଦ୍ଧ ଘୁଷୁରି ଘୁଷୁରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବାର ଚିତ୍ର ସାମ୍ନାକୁ ଆସିଛି । ବାଟରେ ଆସିବା ବେଳେ କାଦୁଆ ରାସ୍ତାରେ ଘୁଷୁଡିଥିବା ଚିତ୍ର ମଧ୍ୟ ଦେଖାଯାଇଛି ।

ଏହି ଭିଡିଓ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ଦେଖାଯାଇଛି । ଭିଡିଓ ଭାଇରାଲ ହେବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ ରାସ୍ତାରେ ପହଞ୍ଚି ସାହାଯ୍ୟ କରିଥିବା ଜଣାପଡ଼ିଛି ।