ଦୁଷ୍କର୍ମ ଅଭିଯୁକ୍ତର ଜୀବନ ବଞ୍ଚାଇଲା ଦୁଷ୍କର୍ମ ପିଡୀତା

ଯେଉଁ ନାବାଳିକାକୁ ଦୁଷ୍କର୍ମ କରିଥିଲେ, ସେହି ଝିଅ ଅଭିଯୁକ୍ତର ଜୀବନ ବଞ୍ଚାଇଲା।

ପଶ୍ଚିମବଙ୍ଗ: ଦୁଷ୍କର୍ମ ନାବାଳିକା ପୀଡ଼ିତାର ମହାନତା। ଯେଉଁ ପୁରୁଷ ତାର ସର୍ବସ୍ୱ ଲୁଟିନେଲା। ତାକୁ ସର୍ବସ୍ୱାନ୍ତ କରିଦେଲା, ସମାଜ ସାମ୍ନାରେ ତାକୁ ଦୁଷ୍କର୍ମ ପୀଡ଼ିତାର ଆଖ୍ୟା ଦେଲା। ଶେଷରେ ସେହି ଅଭିଯୁକ୍ତର ଜୀବନ ବଞ୍ଚାଇଲା ଦୁଷ୍କର୍ମ ପୀଡିତା।

ନିଜ ଜୀବନକୁ ଖାତିର ନ କରି କୋର୍ଟରେ ପହଞ୍ଚିଲା। ଆଉ କୋର୍ଟଙ୍କ ଦଣ୍ଡାଦେଶ ଘୋଷଣା ହେବା ପୂର୍ବରୁ ସେହି ଦୁଷ୍କର୍ମ ପିଡୀତା ଯାଇ କୋର୍ଟରେ ପହଞ୍ଚିଲେ। ଆଉ ବିଚାରପତିଙ୍କୁ ଏପରି କଥା କହିଲେ ଯେ, ବିଚାରପତି ବି ତାଙ୍କ ରାୟ ବଦଳାଇବାକୁ ବାଧ୍ୟ ହୋଇଗଲେ।

ନାବାଳିକାକୁ ଦୁଷ୍କର୍ମ: ଘଟଣାଟି ହେଉଛି ପଶ୍ଚିମବଙ୍ଗର। ଯେଉଁଠାରେ ୨୦୧୮ ମସିହାରେ ଜଣେ ୧୪ ବର୍ଷୀୟା ଝିଅକୁ ଜଣେ ୨୫ ବର୍ଷୀୟ ଯୁବକ ବଳାତ୍କାର କରିଥିଲେ। ବଳାତ୍କାର ମାମଲାରେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ତଳ କୋର୍ଟ ତାଙ୍କୁ POCSO ଆଇନ ଅନୁଯାୟୀ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ।

ଦୁଷ୍କର୍ମ ପୀଡିତା ଜଣକ ଏକ ସନ୍ତାନର ମା’ ମଧ୍ୟ ହୋଇସାରିଥିଲେ।  ହେଲେ ତାଙ୍କ ଅଭିଯୁକ୍ତକୁ କୋର୍ଟ ଦଣ୍ଡାଦେଶ ଶୁଣାଇବା ବେଳେ ପିଡୀତା ଜଣକ କାହିଁକି ଅଭିଯୁକ୍ତକୁ ବଞ୍ଚାଇଲେ। ଏପରିକି କୋର୍ଟ ମଧ୍ୟ ଅଭିଯୁକ୍ତକୁ ଛାଡ଼ିଦେଲେ।

ପିଡୀତାଙ୍କ ଗୁହାରି: ତେବେ ପୀଡାତି ଜଣକ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇବା ପୂର୍ବରୁ କୋର୍ଟରେ ପହଞ୍ଚିଥିଲେ, ଆଉ କହିଥିଲେ ତାଙ୍କୁ ଛାଡ଼ି ଦିଅନ୍ତୁ। ସେ ଏବେ ମୋ ସ୍ୱାମୀ। ମୁଁ ତାଙ୍କୁ ଭଲ ପାଏ। ଆମର ଏକ ସନ୍ତାନ ମଧ୍ୟ ଅଛି।

ତେଣୁ ମୋ ସ୍ୱାମୀଙ୍କୁ ଏବେ ଛାଡି ଦିଅନ୍ତୁ। କାରଣ ମୋ ପିଲା ଏବେ ତା ବାପାଙ୍କୁ ଚାହୁଁଛି। ଯଦି ତାଙ୍କୁ ଜେଲ ହୋଇଯାଏ ମୋ ପିଲାର ମୁଣ୍ଡ ଉପରୁ ବାପାର ହାତ ଉଠିଯିବ। ଏମିତି କହି ବିଚାରପତିଙ୍କ ଆଗରେ ନେହୁରା ହୋଇଥିଲା ଦୁଷ୍କର୍ମ ପିଡୀତା ସ୍ତ୍ରୀ।

କୋର୍ଟଙ୍କ ରାୟ ବଦଳିଲା:  ତେବେ ଝିଅଟିର ଏପରି କଥା ଶୁଣି ବିଚାରପତିଙ୍କ ରାୟ ମଧ୍ୟ ବଦଳିଯାଇଥିଲା।  ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ଗ୍ରହଣ କରିଥିଲେ ଯେ ଯୁବକ ଜଣକ ବଳାତ୍କାର ପାଇଁ ଦୋଷୀ। କଲିକତା ହାଇକୋର୍ଟର ନିଷ୍ପତ୍ତି ସଠିକ୍।

କିନ୍ତୁ ଏହା ସତ୍ତ୍ୱେ, ପରିସ୍ଥିତିକୁ ବିଚାର କରି, ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ପ୍ରାପ୍ତ ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରି ଯୁବକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ମାମଲା ଲୋକଙ୍କ ପାଇଁ ଆଖି ଖୋଲିଦେବା ଭଳି।

ଝିଅର ଗୋପନୀୟତାର ଅଧିକାର ନାମରେ ସୁପ୍ରିମକୋର୍ଟ ନିଜସ୍ୱ ଉଦ୍ୟମରେ ଏହି ମାମଲାର ଶୁଣାଣି କରୁଥିଲେ। ଅଭିଯୁକ୍ତକୁ ଦଣ୍ଡ ଦେବା ଏବଂ ଜେଲ ପଠାଇବା ବ୍ୟତୀତ କୋର୍ଟ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ, କିନ୍ତୁ ଏହି ମାମଲାରେ ପୀଡିତାଙ୍କ ପରିବାର, ସମାଜ ଏବଂ ଆଇନ ବ୍ୟବସ୍ଥା ପୀଡିତାଙ୍କ ପ୍ରତି ବହୁତ ଅନ୍ୟାୟ କରିସାରିଛନ୍ତି।

ଝିଅଟି ଏବଂ ତାଙ୍କ ଛୋଟ ଝିଅ ବହୁତ ଚାପ ଏବଂ ଯନ୍ତ୍ରଣା ସହିଛନ୍ତି, ଏବେ କୋର୍ଟ ତାଙ୍କ ସ୍ୱାମୀଙ୍କୁ ଜେଲ ପଠାଇ ତାଙ୍କ ପ୍ରତି ଆଉ ଅନ୍ୟାୟ କରିପାରିବେ ନାହିଁ। ତେଣୁ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଛି।

ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ POCSO ଆଇନ ଅନୁଯାୟୀ ତଳ କୋର୍ଟ ଅଭିଯୁକ୍ତଙ୍କୁ ଦେଇଥିବା ୨୦ ବର୍ଷ ଜେଲଦଣ୍ଡକୁ କଲିକତା ହାଇକୋର୍ଟ ରଦ୍ଦ କରିଥିଲେ। କିନ୍ତୁ ୨୦ ଅଗଷ୍ଟ ୨୦୨୪ରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ, ଦଣ୍ଡାଦେଶ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରାଯାଇଥିଲା।

ସୁପ୍ରିମକୋର୍ଟ ତଳ କୋର୍ଟର ଦଣ୍ଡାଦେଶକୁ ପୁନଃସ୍ଥାପିତ କରିଥିଲେ କିନ୍ତୁ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଏହା ପରେ, ସୁପ୍ରିମକୋର୍ଟ ଏକ ତିନି ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ କମିଟି ଗଠନ କରିଥିଲେ ଏବଂ ଏହି ମାମଲାରେ ଏକ ବିସ୍ତୃତ ରିପୋର୍ଟ ମାଗିଥିଲେ।

ଏହି କମିଟି କହିଛି ଯେ ଯଦି ଯୁବକଙ୍କୁ ଦଣ୍ଡ ଦିଆଯାଏ, ତେବେ ଝିଅଟିର ସମଗ୍ର ପରିବାର ଭାଙ୍ଗି ପଡ଼ିବ। ଏହା ପରେ, ସୁପ୍ରିମକୋର୍ଟ ପୀଡିତାଙ୍କ ପୁନର୍ବାସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଭିଯୁକ୍ତଙ୍କ ପରବର୍ତ୍ତୀ ଦଣ୍ଡକୁ କ୍ଷମା କରିଥିଲେ।