ଓଡିଶା ଭାସ୍କର: ପ୍ରସ୍ତୁତ ହୋଇଯାଇଛି ଦେଶର ପ୍ରଥମ ବୁଲେଟ ରେଳ ଷ୍ଟେସନ। 300 କିଲୋମିଟର ପାଇଁ ତିଆରି କରାଯାଇଥିବା ଷ୍ଟ୍ରକ୍ଚର ମଧ୍ୟରୁ 257.4 କିଲୋମିଟର ନିର୍ମାଣ ଶେଷ ହୋଇଛି। ତାହାରି ମଧ୍ୟରେ ଅନେକ ନଦୀ ସେତୁ, ଇସ୍ପାତ,ପିଏସସି ସେତୁ ଏବଂ ଷ୍ଟେସନ ଘର ମଧ୍ୟ ନିର୍ମାଣ କରାଯାଇଛି। ଏପର୍ଯ୍ୟନ୍ତ ଏହି ପ୍ରୋଜେକଟରେ 383 କିଲୋମିଟର ପିୟର୍ସ, 401 କିଲୋମିଟର ଫାଉଣ୍ଡେସନ, ଏବଂ 326 କିଲୋମିଟର ଗାର୍ଡର କାଷ୍ଟିଂ ଶେଷ ହୋଇଛି।
ଭାରତର ପ୍ରଥମ ବୁଲେଟ ଟ୍ରେନର କାମ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି।ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଭିଡିଓ ସେୟାର କରି ସେଥିରେ ଲେଖିଛନ୍ତି ଯେ, ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ ପ୍ରୋଜେକଟ ପାଇଁ 300 କିଲୋମିଟର ଲମ୍ବା ବ୍ରିଜର ଷ୍ଟ୍ରକ୍ଚର ପ୍ରସ୍ତୁତ ହୋଇସାରିଛି। ଏହା ବ୍ୟତୀତ, ଗୁଜରାଟର ସୁରଟ ନିକଟରେ 40 ମିଟର ଲମ୍ବା ବକ୍ସ ଗାର୍ଡର କାମ ମଧ୍ୟ ଶେଷ ହୋଇଛି। ରେଳମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟ ପରିବହନ ମନ୍ତ୍ରୀ ମଧ୍ୟ କିଛି ଫଟ ଏବଂ ତଥ୍ୟ ସେୟାର କରିଛନ୍ତି।
300 କିଲୋମିଟର ଷ୍ଟ୍ରକ୍ଚରରୁ 257.4 କିଲୋମିଟରର ନିର୍ମାଣ ପୂର୍ଣ୍ଣ ସ୍ପେନ ଲଞ୍ଚିଂ କୌଶଳ ବ୍ୟବହାର କରି ତିଆରି କରାଯାଇଛି, ଯାହାଦ୍ୱାରା ଏହି କାମ ବହୁତ ଶୀଘ୍ର ହୋଇପାରିଛି। ଏହି ବୁଲେଟ ଟ୍ରେନର ରୁଟରେ ମୋଟ 12ଟି ଷ୍ଟେସନ ନିର୍ମାଣ କରାଯାଉଛି। କୁହାଯାଉଛି ଗୁଜରାଟରେ ପ୍ରାୟ 157 କିଲୋମିଟର ପର୍ଯ୍ୟନ୍ତ ଟ୍ରାକ ବେଡ୍ ବିଛାସରିଛି।
ବୁଲେଟ୍ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ଆସନ୍ତା ବର୍ଷ ଆରମ୍ଭ ହୋଇପାରେ। ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ସେବା ମିଳିପାରିବ ବୋଲି ଆଶା କରାଯାଉଛି।ଭାରତରେ ଏହି ପ୍ରକଳ୍ପ ଅଧୀନରେ ବ୍ୟବହୃତ ହେଉଥିବା ଅଧିକାଂଶ ଜିନିଷ ଭାରତରେ ହିଁ ନିର୍ମିତ ହେଉଛି। ଯେପରିକି ଲଞ୍ଚିଂ ଗ୍ୟାଣ୍ଟ୍ରି, ବ୍ରିଜ୍ ଗ୍ୟାଣ୍ଟ୍ରି ଏବଂ ଗିର୍ଡର ଟ୍ରାନ୍ସପୋର୍ଟସ।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଭାରତ ଏବେ ହାଇସ୍ପିଡ୍ ଟ୍ରେନ୍ ଏବଂ ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ଆତ୍ମନିର୍ଭରଶୀଳ ହେଉଛି। ପୂର୍ଣ୍ଣସ୍ପାନ୍ ପ୍ରଯୁକ୍ତିବିଦ୍ୟା ଯୋଗୁଁ ନିର୍ମାଣର ଗତି 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପ୍ରତ୍ୟେକ ସ୍ପାନ ଗାର୍ଡରର ଓଜନ ପ୍ରାୟ 970 ଟନ୍। ଏହା ସହିତ, ଶବ୍ଦ କମ କରିବା ପାଇଁ ଭାୟାଡକ୍ଟର ଉଭୟ ପାର୍ଶ୍ୱରେ 3 ଲକ୍ଷରୁ ଅଧିକ ଶବ୍ଦ ପ୍ରତିବନ୍ଧକ ଲଗାଯାଇଛି।
ମହାରାଷ୍ଟ୍ର ଏବଂ ଗୁଜରାଟରେ ମଧ୍ୟ ବୁଲେଟ୍ ଟ୍ରେନ୍ ପାଇଁ ସ୍ୱତନ୍ତ୍ର ଡିପୋ ନିର୍ମାଣ କରାଯାଉଛି। ଯଦି ସବୁକିଛି ଏହିପରି ଚାଲେ, ତେବେ ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଜାପାନରୁ ଶିଙ୍କାସେନ ଟ୍ରେନ କୋଚ୍ ଆସିପାରିବ ଏବଂ ଅଗଷ୍ଟ 2026 ସୁଦ୍ଧା ସୁରଟ ଓ ବିଲିମୋରା ମଧ୍ୟରେ ବୁଲେଟ୍ ଟ୍ରେନ ଚାଲିବା ଆରମ୍ଭ ହୋଇଯିବ।