ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ କରାଯିବ ଟ୍ରାଫିକ୍ ଲାଇଟ୍ ମୁକ୍ତ, ଭୁବନେଶ୍ୱରରେ ଜମିବନି ଭିଡ଼
ଭୁବନେଶ୍ୱର ସହର ହେବ ଭିଡ଼ମୁକ୍ତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ହେବ ଭିଡ଼ମୁକ୍ତ। ଏକାଧିକ ରାସ୍ତା ଓ ପ୍ରକଳ୍ପର ଶିଳାନ୍ୟାସ ହେବ। ଜୁନ ୧୨ ତାରିଖରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ। ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ। ୩ ବର୍ଷ ଭିତରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ରାସ୍ତାକୁ ସମୂର୍ଣ୍ଣ ରୂପେ କରାଯିବ ଟ୍ରାଫିକ ଲାଇଟ ମୁକ୍ତ: ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଏହି ପଦକ୍ଷେପ ନିଆଯାଇଛି। ଏଥିସହ ରାସ୍ତାକୁ ସମୂର୍ଣ୍ଣ ରୂପେ ଟ୍ରାଫିକ ଲାଇଟ ମୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି।
ନୂତନ ଜ୍ଞାନକୌଶଳର ମଧ୍ୟ ବ୍ୟବହାର କରାଯିବ। ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ୍ କାମ। ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ। ଡିସେମ୍ବର ସୁଦ୍ଧା ବାମ-ଡାହାଣ ପାରାଲାଲ ରାସ୍ତା କାମ ସରିବ ବୋଲି କୁହାଯାଇଛି।