ଲାଲକିଲ୍ଲାର ରଙ୍ଗ ଥିଲା ଧଳା, କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ନାଲି କଲେ
ପ୍ରାରମ୍ଭରୁ ଧଳା ରଙ୍ଗ ଥିବା ବେଳେ ପରେ କଣ ପାଇଁ ପରିବର୍ତ୍ତନ କରାଗଲା
ନୂଆଦିଲ୍ଲୀ: ମୋଗଲ ଯୁଗରେ ନିର୍ମିତ ଦିଲ୍ଲୀର ଲାଲକିଲ୍ଲା ଭାରତର ଗର୍ବ। ପ୍ରତିବର୍ଷ ୧୫ ଅଗଷ୍ଟରେ, ଭାରତର ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରନ୍ତି। କିନ୍ତୁ ଆପଣ କଣ ଜାଣିଛନ୍ତି ଏହାର ରଙ୍ଗ ନାଲି କଣ ପାଇଁ ? ପୂର୍ବରୁ ଏହାର ରଙ୍ଗ ଧଳା ଥିଲା। ଏହା ଧଳା ମାର୍ବଲ ଏବଂ ଚୂନପଥରରେ ତିଆରି କରାଯାଇଥିଲା।
ଲାଲକିଲ୍ଲାର ନିର୍ମାଣ; ଦିଲ୍ଲୀର ଲାଲକିଲ୍ଲା ମୋଗଲ ସମ୍ରାଟ ଶାହଜାହାନ ନିର୍ମାଣ କରିଥିଲେ। ଯାହା 1638 ମସିହାରେ ଆରମ୍ଭ ହୋଇ 1648 ମସିହାରେ ସମାପ୍ତ ହୋଇଥିଲା। ଏହାର ରଙ୍ଗ ପ୍ରାରମ୍ଭରେ ଧଳା ଥିଲା ଏବଂ ଏହା ମୁଖ୍ୟତଃ ଧଳା ଚୁନା ଏବଂ ମାର୍ବଲ ପଥରରେ ତିଆରି ହୋଇଥିଲା।
ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସନ୍ତି। କିନ୍ତୁ ବର୍ତ୍ତମାନ ଏହାର ରଙ୍ଗ ଆଉ ଧଳା ନାହିଁ, ଧଳା ହୋଇଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏହାର ରଙ୍ଗ ବଦଳାଇଲା କିଏ?
1857 ମସିହାରେ ପ୍ରଥମ ସ୍ୱାଧୀନତା ଯୁଦ୍ଧ ପରେ, ଯେତେବେଳେ ବ୍ରିଟିଶମାନେ ମୋଗଲ ସମ୍ରାଟ ବହାଦୁର ଶାହ ଜାଫରଙ୍କୁ ହଟାଇ ଦୁର୍ଗ ନିଜ ଅକ୍ତିଆରକୁ ନେଇଥିଲେ ସେତେବେଳେ ବ୍ରିଟିଶ ମାନେ ଦୁର୍ଗର ରକ୍ଷଣାବେକ୍ଷଣରେ ଅନେକ ପରିବର୍ତ୍ତନ ଆଣିଥିଲେ।19 ଶତାବ୍ଦୀର ଶେଷ ଭାଗ ଏବଂ 20 ଶତାବ୍ଦୀର ପ୍ରାରମ୍ଭରେ, ବ୍ରିଟିଶମାନେ ଲାଲକିଲ୍ଲାକୁ ସଂରକ୍ଷଣ କରିବା ପାଇଁ ଅନେକ ପ୍ରୟାସ କରିଥିଲେ।
ସେହି ସମୟ ଭିତରେ ଲାଲକିଲ୍ଲାରେ କାନ୍ଥର ଅବସ୍ଥା ଖରାପ ହୋଇଯାଇଥିଲା। ଯେତେବେଳେ ବ୍ରିଟିଶମାନେ ଏହାର ମରାମତି କଲେ ସେତେବେଳେ ଏହି କାନ୍ଥଗୁଡ଼ିକୁ ସେମାନେ ଲାଲ ରଙ୍ଗ କରିଦେଇଥିଲେ। ସେହି ସମୟରେ ଲାଲ ବାଲିପଥର ବହୁତ ଲୋକପ୍ରିୟ ଥିଲା।
ସେଥିପାଇଁ ବ୍ରିଟିଶ ଇଞ୍ଜିନିୟରମାନେ କହିଥିଲେ ଯେ, ଏହା କାନ୍ଥକୁ ମଜବୁତ କରିବ ଏବଂ ଖରା, ବର୍ଷା, ଶୀତ କୌଣସି ପାଗରେ ମଧ୍ୟ କାନ୍ଥ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ସେବେଠାରୁ ଏହାର ରଙ୍ଗ ନାଲି।