ୟୁକ୍ରେନ ଉପରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍, ତୀବ୍ର ନିନ୍ଦା କଲେ ଡୋନାଲ୍ଡ ଟ୍ରମ୍ପ

ରୁଷିଆର ଏୟାରଷ୍ଟ୍ରାଇକରେ ମହିଳା, ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ।

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆର ପ୍ରଚଣ୍ଡ ଆକ୍ରମଣ। ରୁଷିଆର ବଡ଼ ଏୟାରଷ୍ଟ୍ରାଇକରେ ୟୁକ୍ରେନର ମହିଳା ଶିଶୁ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ସେପଟେ ରୁଷିଆର ଏପରି ରାତି ଅଧିଆ ଏୟାରଷ୍ଟ୍ରାଇକକୁ ତୀବ୍ର ନିନ୍ଦା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଏହା ହେଉଛି ୟୁକ୍ରେନ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍। ଯେଉଁଥିରେ ୧୩ ଜଣ ଲୋକଙ୍କର ଜୀବନ ଯାଇଛି। ଗତକାଲି ବିଳମ୍ୱିତ ରାତିରେ ୩୬୭ ଡ୍ରୋନ ଓ ମିଜାଇଲ୍ ମାଡ଼ କରିଛି ରୁଷିଆ। ୟୁକ୍ରେନର ଝିଟୋମିର୍ ସହର ଉପରକୁ ଘନ ଘନ ମିଜାଇଲ୍ ମାଡ଼ କରିଛି ରୁଷିଆ।

ଏହି ଆକ୍ରମଣରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ୟୁକ୍ରେନର ୧୧୦ଟି ଡ୍ରୋନକୁ ମାରି ଖସାଇ ଦେଇଥିବା କହିଲା ରୁଷିଆ। ସେପଟେ କଡ଼ା ଯବାବ ଦେଇଥିବା ୟୁକ୍ରେନ ସେନାର ଦାବି।

ରୁଷିଆର ୪୫ଟି ମିସାଇଲ, ୨୬୬ ଡ୍ରୋନ ଖସାଇଥିବା ୟୁକ୍ରେନର ଦାବି। ରୁଷିଆର ଏୟାରଷ୍ଟ୍ରାଇକକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିନ୍ଦା। କହିଲେ ଏବେଠାରୁ ଆରମ୍ଭ ହେଲା ରୁଷିଆର ପତନ।