ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ, କାହିଁକି ସ୍ତ୍ରୀ ଜଣକ ଏପରି କରୁଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଇକ୍ଟି ଚାଲିଛି। ଏହି ବାଇକଟି ଜଣେ ଯୁବକ ଚଳାଉଛନ୍ତି ଏବଂ ପଛରେ ବସିଛି ତାଙ୍କ ସ୍ତ୍ରୀ। ତାଙ୍କ ସ୍ତ୍ରୀ ଜଣକ ତାଙ୍କୁ ଚପଲ କାଢି ଏପଟ ସେପଟ ବାଡେଇବାରେ ଲାଗିଛନ୍ତି।
ଏହାପରେ ବାଇକ୍ଟି ଜୋରରେ ଚଳାଇବାକୁ ଲାଗିଛନ୍ତି ଯୁବକ। ଏହାପରେ ବି ପଛରେ ବସିଥିବା ମହିଳା ଜଣକ ତାଙ୍କ ବାଡେଇବା ବନ୍ଦ କରୁ ନାହାନ୍ତି। ଏତେ ମାଡ଼ ଖାଇବା ପରେ ବି ତାଙ୍କ ସ୍ୱାମୀ ଚୁପ ପଡି ତାଙ୍କ ମାଡ଼ ଖାଉଛନ୍ତି। ଏହାପରେ ବି ସେ ତାଙ୍କ ସ୍ତ୍ରୀଙ୍କୁ କିଛି କହୁନାହାନ୍ତି।
ଏହି ଭିଡିଓଟି ଏକ୍ସ ଆକାଉଣ୍ଟ “ଘର୍ କେ କଲେଶ” ରୁ ପୋଷ୍ଟ କରାଯାଇଛି। ଏହି ଘଟଣାଟି ଉତ୍ତରପ୍ରଦେଶ ଲକ୍ଷ୍ନୌର ଅଟେ। ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
Kalesh b/w Husband and wife on running bike, Wife started beating her husband over some mutual dispute In Lucknow UP pic.twitter.com/7Nay1x9tgi
— Ghar Ke Kalesh (@gharkekalesh) May 20, 2025