NEET PG 2025 ପ୍ରବେଶିକା ପରୀକ୍ଷା ସ୍ଥଗିତ, NBEMS ଜାରି କଲା ସୂଚନା

ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ନିଟ୍‌-ପିଜି ୨୦୨୫ ପ୍ରବେଶିକା ପରୀକ୍ଷାକୁ ନେଇ ବଡ଼ ଖବର। ଜୁନ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ NBEMS ସୂଚନା ଜାରି କରିଛି। ବୋର୍ଡ ଏପର୍ଯ୍ୟନ୍ତ ସଂଶୋଧିତ ପରୀକ୍ଷା ତାରିଖର ଘୋଷଣା କରିନାହିଁ।

ସୁପ୍ରିମକୋର୍ଟ କହିଥିଲେ ଯେ, ୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ। ଏହି ନିର୍ଦ୍ଦେଶକୁ ପାଳନ କରି, ଏନବିଇଏମଏସ କେନ୍ଦ୍ରଗୁଡ଼ିକର ସଂଖ୍ୟା ବଢାଇବା ଏବଂ କୋର୍ଟଙ୍କ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ପ୍ରୟାସ ଜାରି ରଖିଛି।

ଅଫିସିଆଲ ନୋଟିସରେ କୁହାଯାଇଛି ଯେ, ଆମେ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଦେଉଛୁ ଯେ, ସେମାନେ NEET PG 2025 ପରୀକ୍ଷାକୁ ଗୋଟିଏ ପାଳିରେ ଆୟୋଜନ କରିବା ଲାଗି ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ।