IPL 2025 Finalରେ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ୍ ହେଲେ, କିଏ ହେବ ବିଜେତା, ଜାଣନ୍ତୁ ନିୟମ

ଆଇପିଏଲ ଫାଇନାଲରେ ଯଦି ବର୍ଷା ହୁଏ, ତେବେ କିଏ କବଜା କରିବ ଟ୍ରଫି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ୩ ଜୁନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ।

ଏହି ମ୍ୟାଚରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ଯଦି ଏହି ମ୍ୟାଚ ବର୍ଷା ପାଇଁ ବାତିଲ ହୁଏ ତା’ହେଲେ କିଏ ଜିତିବ ମ୍ୟାଚ୍‌। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ବର୍ଷା ହେଲେ କିଏ ଜିତିବ: ୩ ଜୁନରେ ଯଦି ଅହମଦାବାଦରେ ଆଇପିଏଲ ଫାଇନାଲ ବର୍ଷା ଯୋଗୁଁ ଅଟକିଯାଏ, ତେବେ ଏଥିପାଇଁ ୪ ଜୁନକୁ ରିଜର୍ଭ ଡେ’ ରଖାଯାଇଛି।

ଯଦି ରିଜର୍ଭ ଡେ ରେ ମଧ୍ୟ ବର୍ଷା ହୁଏ, ତେବେ ଏହି ମ୍ୟାଚ ଖେଳାଯିବ ନାହିଁ। ଯେଉଁ ଟିମ ଲିଗ ଷ୍ଟେଜ ପରେ ଆଇପିଏଲ ୨୦୨୫ର ଅଙ୍କ ତାଲିକାରେ ଉପରେ ରହିବ, ତାକୁ ବିଜେତା ଘୋଷଣା କରାଯିବ।

ଏହାର ଅର୍ଥ ଯଦି ରିଜର୍ଭ ଡେ’ରେ ମଧ୍ୟ ମ୍ୟାଚ ସମାପ୍ତ ହେବ ନାହିଁ, ତେବେ ପଞ୍ଜାବ କିଙ୍ଗସ ଆଇପିଏଲ ୨୦୨୫ର ଟ୍ରଫିକୁ ଜିତିପାରିବ।

ଲିଗ ଷ୍ଟେଜରେ ପଞ୍ଜାବ କିଙ୍ଗସ ଧମାକାଦାର ପ୍ରଦର୍ଶନ କରିଥିଲା ଏବଂ ୧୪ ମ୍ୟାଚରୁ ୯ଟି ମ୍ୟାଚ ଜିତିଥିଲା। ପଞ୍ଜାବ କିଙ୍ଗସ ୧୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଆରସିବି କଥା କହିବାକୁ ଗଲେ, ତା’ର ୧୪ଟି ମ୍ୟାଚରୁ ୧୯ ପଏଣ୍ଟ ରହିଛି, ହେଲେ ଟିମର ନେଟ ରନ ରେଟ ପଞ୍ଜାବ କିଙ୍ଗସଠାରୁ କମ।