ବ୍ରହ୍ମପୁର: ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିରେ। ଲୋକେ ଏତେ ହିଂସ୍ର ହୋଇଯାଉଛନ୍ତି ଯେ, କାହାକୁ ହାଣି ମାରିବା ପାଇଁ ମଧ୍ୟ ସେମାନଙ୍କ ହାତ ଅଟକୁନି।
ଦିନକୁ ଦିନ ଏହି ଘଟଣା ବଢ଼ିବାରେ ଲାଗିଛି। କିଏ କାହାକୁ ପ୍ରେମ ପାଇଁ ମାରିଦେଉଛି ତ କିଏ କାହାକୁ ସମ୍ପତ୍ତି ପାଇଁ ମାରିଦେଉଛି। ଏହି ବ୍ରହ୍ମପୁରରେ ଘଟିଥିବା ଘଟଣା ମଧ୍ୟ ପୂର୍ବ ଶତ୍ରୁତାକୁ ଆଧାର କରି ହୋଇଛି।
ପୂର୍ବରୁ ଥିବା ଶତ୍ରୁତା ପାଇଁ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ଏଥିରେ ଥିବା ମୁଖ୍ୟ ଅଭିଯୁକ୍ତ ହତ୍ୟା କରି ଫେରାର ହୋଇ ଯାଇଥିବାବେଳେ ପୁଲିସ ଅଭିଯୁକ୍ତର ବାପା ଭାଇଙ୍କୁ ଅଟକ ରଖିଛି। ତା ସହିତ ମୃତଦେହକୁ ଜବତ କରି ଘଟଣାର ଛାନଭିନ କରୁଛି।