ରଥ ଉପକରଣ କିଣିବା ପାଇଁ ଇଚ୍ଛୁକ ଅଛନ୍ତି କି? ଜାଣନ୍ତୁ କେଉଁ ରଥ ଚକର କେତେ ଦାମ୍

ନନ୍ଦିଘୋଷ ରଥର ଚକ ପିଛା ଦାମ୍ ୩ ଲକ୍ଷ ।

ଭୁବନେଶ୍ବର: ରଥ ଉପକରଣ ବିକ୍ରି ପାଇଁ ଘୋଷଣା ହେଲା ଦର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ଏହିସହିତ ଚଳିତ ବର୍ଷ ନୂଆ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି ।

କେଉଁ ରଥ ଚକ ଦାମ୍ କେତେ- ବଡ଼ ଠାକୁରଙ୍କ ତାଳଧ୍ଵଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍ ଦେଢ଼ ଲକ୍ଷ ଟଙ୍କା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରଖାଯାଇଛି ।

ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ଚକ କିଣିଲେ ୬ ଲକ୍ଷ ଟଙ୍କା । ପ୍ରଭା ପିଛା 25 ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ରଖାଯାଇଛି ।

କିପରି କିଣିବେ ରଥ ଉପକରଣ- କୌଣସି ରଥ ଉପକରଣ କିଣିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିବାକୁ ହେବ । ରଥ ଉପକରଣ କିଣିବା ନିମନ୍ତେ ଆଲର୍ଟ ହେବା ପରେ ଆବେଦନକାରୀ ସପ୍ତାହେ ମଧ୍ୟରେ ଅର୍ଥରାଶି ଜମା କରିବେ । ସେପ୍ଟେମ୍ବର 15 ଶେଷ ତାରିଖ ରହିଛି ।